ବୌଦ୍ଧର କରୋନା ସ୍ଥିତିକୁ ନେଇ ଅନ୍ଧାରରେ ଗଣମାଧ୍ୟମ ଓ ଜିଲ୍ଲାବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୈନନ୍ଦିନ କରୋନା ସମ୍ପର୍କିତ ତଥ୍ୟ ରିପୋର୍ଟର ଗ୍ରୁପରେ ପ୍ରଦାନ କରୁଥିବା ବେଳେ ଫେବୃଆରୀ ୨୬ତାରିଖ ଠାରୁ ଆଉ କୌଣସି ସୁଚନା ଦେଉ ନଥିବା ଦେଖିବାକୁ ମିଳିଛି । ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଜିଲ୍ଲାରେ କିଭଳି ସ୍ଥିତି ଅଛି ଜନସାଧାରଣ ଅନ୍ଧାରରେ ରହିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଶେଷ ଥର ପାଇଁ ଫେବୃଆରୀ ୨୬ ତାରିଖରେ ଦେଇଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରୁ ମୋଟ୍ ୬୯୦୮୭ନମୁନା ସଂଗ୍ରହ ହୋଇ ସମସ୍ତ ନମୁନାର ରିପୋର୍ଟ ଆସିଥିବା ସୁଚନା ଦେଇଥିଲେ । ସେଥି ମଧ୍ୟରୁ ପଜିଟିଭ ସଂଖ୍ୟା ମୋଟ୍ ୨୮୨୧ ରହିଥିଲା । ୨୮୦୨ ଜଣ ପଜିଟିଭ ସୁସ୍ଥ ହୋଇଥିବା ବେଳେ ୮ ଜଣ ଚିକିତ୍ସାଧୀନ ଥିବା କୁହା ଯାଇଥିଲା । ଆଜକୁ ପ୍ରାୟ ୪୦ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଜିଲାବାସୀଙ୍କୁ ଆଉ କୌଣସି ସୁଚନା ଦେଇ ନାହାନ୍ତି । ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଜିଲାବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧରୁଆଙ୍କ ମତାମତ ନେବାରୁ ସେ କହିଥିଲେ ତାଙ୍କୁ ରାଜ୍ୟ କିମ୍ବା ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗର କୌଣସି ସୁଚନା ହସ୍ତଗତ ହେଉ ନଥିବା ହେତୁ ସେ ଗଣ ମାଧ୍ୟମକୁ ସୁଚନା ଦେବା ସମ୍ଭବ ହୋଇ ପାରୁନାହିଁ । ସେ ଏହି ସମ୍ପର୍କରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.