p purohi

‘ଶୀତ ସୃଜନୀରେ ଗଳ୍ପ କଥନ’ : ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭିନ୍ନ ଏକ କାର୍ଯ୍ୟକ୍ରମ

dr. purohit

କଣ୍ଟାମାଲ, (ମମତା ମହାକୁର) : ଶିଶୁ ମନରେ ସୃଜନାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୀତ ସୃଜନୀରେ ଶିଶୁଙ୍କ ଗଳ୍ପ ଉପରେ ଆଲୋଚନା ଚକ୍ର ଓ ଗଳ୍ପ କଥନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନ ଯୋଗଦେଇ ଜୀବନ ଟା ଏକ ଗଳ୍ପ ଆମ ଚାରିପାଖରେ ଗଳ୍ପ ସବୁ ରହିଛି ବୋଲି କହିଥିଲେ । ଗଳ୍ପର ବର୍ଣ୍ଣନା ଶୈଳୀ ଉପରେ ଆଲୋଚନା ରଖିଥିବା ବେଳେ ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ, ଶିକ୍ଷକ ରଂଜୁ ଅମାତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁରେନ୍ଦ୍ର କମ୍ପ, ଲିଙ୍ଗରାଜ କଂହର, ବନିତା ମେହେର, ବୈଶାଖୁ ବସ୍ତିଆ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଛାତ୍ରୀ ସ୍ନେହାରଣୀ ପ୍ରଧାନ, ସ୍ମରଣୀକା ପାଢ଼ୀ, ଟୁନା ପ୍ରଧାନ, ପ୍ରିନ୍ସ ଦେହୁରୀ ପ୍ରମୁଖ ଗଳ୍ପ କଥନରେ ଭାଗ ନେଇଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁବ ସୃଜନାତ୍ମକ ଭାବ ସୃଷ୍ଟି କରିପାରିବ ବୋଲି ଶିକ୍ଷକ ସମୀର କୁମାର ପ୍ରଧାନ ଧନ୍ୟବାଦ ଦେଇ କହିଥିଲେ ।

nrusinghnath
Leave A Reply

Your email address will not be published.