pakka

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡ୍‌ମିଟ୍‌ କଲେ ସ୍ୱେଛାସେବୀ

bbehera

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ତିଲଜୋଡି ଗାଁଠାରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ବାଇକରେ କଛାରପଡ଼ାର ଦୁଇ ଜଣ ଯାତ୍ରୀ ତିଲଜୋଡି ପାଖ କାରଟିକଲି ଗାଁକୁ କୌଣସି କାମ ପାଇଁ ଯାଉଥିଲେ । ତିଲଜୋଡି ଗାଁକୁ ଆସିବା ପାଇଁ ବହୁତ ଜାଗାରେ ରାସ୍ତାରେ ବୁଲାଣି ରହିଛି । ଫଳରେ ଏହି ଜାଗାରେ ଏହି କିଛିବର୍ଷ ମଧ୍ୟରେ ଅନେକ ଦୁର୍ଘଟଣା ଘଟୁଛି । ଠିକ୍‌ ଆଜି ମଧ୍ୟ ବାଇକରେ ଆସୁଥିବା ସମୟରେ ଏହି ଯାତ୍ରୀମାନେ ଭାରସାମ୍ୟ ହରାଇ ପଡିଯାଇଥିଲେ । ରାସ୍ତାରେ ଯାଉଥିବା ଲୋକେ ଦେଖି ସ୍ଥାନୀୟ ତିଲଜୋଡି ଗାଁର ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇବା ପରେ ସମାଜସେବୀ ଶ୍ରୀ ରଣା ପହଂଚି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିôସାଳୟ ପଠାଇଥିଲେ । ଜଣେ ବ୍ୟକ୍ତି ଗୁରୁତ୍ୱର ଥିବା ବେଳେ ଅନ୍ୟଜଣେ ବ୍ୟକ୍ତି ସାମାନ୍ୟ ଗୁରୁତ୍ୱର ଅଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ସହ ମହେନ୍ଦ୍ର ନାଏକ, ଅମିତ ନାଏକ ପ୍ରମୁଖ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସହଯୋଗ କରିଥିଲେ । ସମାଜସେବୀଙ୍କ ଏହିପରି କାର୍ଯ୍ୟକୁ ରାସ୍ତାରେ ଯାଉଥିବା ପଥଚାରୀ ମାନେ ଭୁୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

four + 16 =