lika

କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ

gbag
  • ଫାଇନାଲରେ ବୌଦ୍ଧ ଆଇଆର୍‌ବିଏନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋର୍ଟସ୍‌ ହଷ୍ଟେଲ ବଲାଙ୍ଗିର ଓ ଜଗନ୍ନାଥ ସ୍ପୋଟିଂ ଖଲିଆପାଲି ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲର ଦ୍ୱିତୀୟ ସେମିଫାଇନାଲରେ ବୌଦ୍ଧ ଆଇଆର୍‌ବିଏନ୍‌ ୩-୧ ଗୋଲରେ ଖଲିଆପାଲି ଜେଜେସିକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଏଆଇସିସି ସଭ୍ୟ ବିଧୂଭୂଷଣ ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଖେଳାଳି ତଥା କ୍ରୀଡା ସଂଗଠକ ସୁନିଲ ଚନ୍ଦ୍ର ବିଶ୍ୱାଲ, କନିଷ୍ଠ ଯନ୍ତ୍ରୀ ରଂଜନ କୁମାର ନାଏକ ଓ ମୁକୁନ୍ଦ କିଶାନ, ବିଲଡର ଡିସାଇଲ ହରପାଲ, ବରିଷ୍ଠ କଂଗ୍ରେସ ସଦସ୍ୟ ଗ୍ଲେଡଷ୍ଟୋନ ତାଣ୍ଡି ଓ ବନ ବିଭାଗ କର୍ମଚାରୀ ନବୀନ ଲୋହାର ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, କମିଟି ସଭାପତି ନାରାୟଣ ବିଶ୍ୱାଲ, ସଂପାଦକ ଅଭିମନ୍ୟୁ ପାଣ୍ଡେ ମଂଚାସିନ ଥିଲେ । ଅତିଥିଗଣ ଶ୍ରୀକାନ୍ତ ଭୋଇ ଓ ଯୋଗେନ୍ଦ୍ର ଦୀପଙ୍କୁ ସମ୍ମାନିତ କରିଥିଲେ । ଖେଳକୁ ରେଫ୍‌ରି ଭାବେ ସୁଧାଂଶୁ ସେଠ, ସଂଜିବ ମହାରଣା, ପୁରୁଷୋତ୍ତମ ବୁଡେକ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ । ପୂର୍ବତନ ଖେଳାଳି ଖଲିଉର ରହେମାନ, ଭରତ ଡାଙ୍ଗ, ଜନାର୍ଦ୍ଦନ ପାଣ୍ଡେ, ଅନୁପ ସାଏ, ଗୋପାଳ ବିଶ୍ୱାଲ, କହ୍ନେଇ ଗଡତ୍ୟ, ମିଥୁନ ଭୁକ୍ତା, ଲିପୁନ ମିଶ୍ର, ହିତୁ ପାଣ୍ଡେ, ବାବୁଲାଲ ଭୋଇ, ନିଖିଲ ଗଡତ୍ୟା, ବିଷ୍ଣୁ ପୋଢ ପ୍ରମୁଖ ସହଯୋଗ କରିଥିଲେ । ୨୪ ତାରିଖ ରବିବାର ବଲାଙ୍ଗିର ଏଫ୍‌ସି ବନାମ ବୈାଦ୍ଧ ଆଇଆର୍‌ବିଏନ୍‌ ମଧ୍ୟରେ ଫାଇନାଲ ଖେଳ ହେବ ବୋଲି ସଂପାଦକ ଅଭିମନ୍ୟୁ ପାଣ୍ଡେ ସୂଚନା ଦେଇଛନ୍ତି ।

sandip
Leave A Reply

Your email address will not be published.