
ନୂଆଦିଲ୍ଲୀ : ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ବହୁ ପ୍ରତୀକ୍ଷିତ ସ୍ବଦେଶୀ ଗେମିଙ୍ଗ୍ ଆପ୍ ଲଞ୍ଚ ହୋଇଛି । ଏନେଇ ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଟୁଇଟ କରି ସୂଚନା ଦେଇଛନ୍ତି ।
ଏବେ ଏହି ସ୍ବଦେଶୀ ମୋବାଇଲ ଗେମ୍ ଫୌଜି ପ୍ଲେଷ୍ଟୋରରେ ଉପଲବ୍ଧ ଅଛି । ଆଣ୍ଡ୍ରଏଡ୍ ୮ ଓ ତାଠୁ ଅଧିକ ଭର୍ସନ ଯେଉଁ ମୋବାଇଲରେ ଥିବ ସେଥିରେ FAU-G ଗେମ୍ ସର୍ପୋଟ କରିବ ।
