oom

ବଲାଙ୍ଗିରରେ ଆଜି ୩୭ କରୋନା ଆକ୍ରାନ୍ତ

jsmm

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା ରହିଥିବା ବେଳେ ୨୫ ଜଣ ପୁରୁଷ ରହିଛନ୍ତି । ସମସ୍ତେ ଲୋକାଲ କନଟାକ୍ଟରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି । ବଲାଙ୍ଗିର ପୌରାଂଚଳରେ କୋଶଲନଗରରୁ ୩, ରୁଗୁଡ଼ିପଡ଼ାରୁ ୧, ହସ୍ପିଟାଲ କଲୋନୀରୁ ୨, ତେଲିଗୋଠପଡ଼ାରୁ ୧, ବିବିଏମଚିଏଚରୁ ୧, ତାଲପାଲିପଡ଼ାରୁ ୧୧ ଏହିପରି ୧୯ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି । ସେହିପରି ବଲାଙ୍ଗିର ବ୍ଲକ୍ କୁଡ଼ାସିଂଗାରୁ ୬, କଂଟାବାଂଜିରୁ ୧, ଖପ୍ରାଖୋଲ ବ୍ଲକ୍ ବେନକେଡ଼ାରୁ ୧, ଖପ୍ରାଖୋଲ ବ୍ଲକ ଯମୁନାପାଲିରୁ ୨, ଖପ୍ରାଖୋଲ ବ୍ଲକ୍ ମହରାପଦରରୁ ୧, ପାଟଣାଗଡ଼ ବ୍ଲକ ବନେଇମୁଣ୍ଡାରୁ ୧, ଗୁଡ଼ଭେଲା ବ୍ଲକ୍ କୁରେଭନାରୁ ୩, ଗୁଡ଼ଭେଲା ବ୍ଲକ୍ ଭାମ୍ଭେଲରୁ ୧, ଗୁଡ଼ଭେଲା ବ୍ଲକ୍ ଧାନଘରାରୁ ୧ ଏବଂ ଆଗଲପୁର ବ୍ଲକ୍ ଗଉରପାଲିରୁ ୧ ଆକ୍ରାନ୍ତ ହୋଇଛନ୍ତି । ତେବେ ବଲାଙ୍ଗିରର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ବାକି ୨୦୪ ଜଣ ଚିକିତ୍ସାଧୀନ ରହିଛନ୍ତି ।

jittmm
Leave A Reply

Your email address will not be published.