ଦୁର୍ଘଟଣାଗ୍ରସ୍ତ ହେଲା ତିର୍ଥଯାତ୍ରୀ ବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ସ୍ଥିତ ଷୋହଳ ନମ୍ବର ଜାତୀୟ ରାଜପଥଠାରେ ତିର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବସଟି ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ସଂକେତ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ସୌଭାଗ୍ୟ ବଶତଃ ଉକ୍ତ ବସରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକେ ସେହି ବସରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ସୁବଳୟା ପଂଚାୟତ ଗୃହରେ ରଖାଯାଇଛି । ମିଳିଥିବା ସୂଚନା ଅନୁଯାଇ ତିର୍ଥଯାତ୍ରୀ ବସଟି ଗତ ୧୫ ଦିନ ତଳେ ଚାରିଧାମ ଦର୍ଶନ ପାଇଁ ଯାତ୍ରୀଙ୍କୁ ନେଇ ମଧ୍ୟ ପ୍ରଦେଶରୁ ବାହାରିଥିଲା । ଉକ୍ତ ଯାତ୍ରୀବାହି ବସଟି ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ତିରୁପତି ଅଭିମୁଖେ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସୁବଳୟା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ପୋଲିସ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଜେସିବି ମେସିନ ଦ୍ୱାରା ବସଟି ରୋଡ଼କୁ ଅଣାଯାଇଛି । ପରେ ସମସ୍ତ ଯାତ୍ରୀମାନଙ୍କୁ ନିଜ ନିଜ ଘରକୁ ଛାଡିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Leave A Reply

Your email address will not be published.