oum

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

jsm

ଭଦ୍ରକ : ଆଜି ମଧ୍ୟାହ୍ନରେ ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ସ୍କୁଟିରେ ୨ ଜଣ ଯାଉଥିଲେ । ଦ୍ରୁତଗତିରେ ଆସୁଥିବା ହାଇଓ୍ବା ପଛପଟୁ ସ୍କୁଟିକୁ ପିଟି ଦେଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀ ଗୁରୁତର ହୋଇଥିବା ବେଳେ ସ୍କୁଟି ପଛରେ ବସିଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଗୁରୁତର‌ଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣଙ୍କ ଭଦ୍ରକ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡିଛି । ଏ ନେଇ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଭଦ୍ରକ-ଚାନ୍ଦବାଲି ରାଜପଥକୁ ଅବରୋଧ କରିଥିଲେ । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଭଦ୍ରକ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.