om academy

ସଡକ ଦୁର୍ଘଟଣା, ୨ ଗୁରୁତର

jsm

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ ନିକଟରେ ମାଲ୍ ବୋଝେଇ ପିକଅପ୍‌କୁ ପଛପଟୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ଵୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ ନିକଟରେ କଲିକତାରୁ କାଠ ବୋଝେଇ ହୋଇଥିବା ଏକ ପିକଅପ୍ ଠିଆ ହୋଇଥିବା ବେଳେ ଆମ୍ବୁଲାନ୍ସଟି ପଛପଟୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କାରେ ପିକଅପ୍‌ଟି ରାଜପଥ କଡ଼ ନାଳକୁ ଗଡ଼ି ପଡ଼ିଥିଲା । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇଯାଇଥିଲେ । ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଦୁଇ ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ପଠାଇଥିଲା । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କର ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.