ଦେଓଗାଁ ମେନ୍ ରୋଡ ଦୁର୍ଗାପୂଜା ପାଇଁ ଆୟୋଜକ କମିଟି ଗଠିତ ଓ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଜବାହର ସଂସ୍କୃତି ସଂଘ ମେନ୍ ରୋଡର ୫୩ତମ ଦୁର୍ଗାପୂଜା ପାଇଁ କମିଟି ଗଠନ ସହ ପୂଜା ପାଇଁ ରବିବାର ଦିନ ପ୍ରସ୍ତୁତି ବୈଠକ କରାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ ପୂଜା କରିବା ପାଇଁ ଆଲୋଚନା କରାଯାଇଥିଲା । ସଭା ଆରମ୍ଭରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସ୍ୱର୍ଗତ ସଭାନେତ୍ରୀ ରେଣୁକା ପାତ୍ରଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କମିଟିର ସଭାପତି ଭାବେ ବିଶ୍ୱଜିତ ପାତ୍ର, ଉପସଭାପତି ଜ୍ୱଲା ପୋଢ, ସଂପାଦକ ସମୀର ସାହୁ, କୋଷାଧ୍ୟକ୍ଷ ମୋହନଲାଲ ଅଗ୍ରୱାଲ ମନୋନୀତ ହୋଇଛନ୍ତି । ପୂଜା କମିଟିର ଉପଦେଷ୍ଟା ଭାବେ ଲକ୍ଷ୍ମୀ ପାଣିଗ୍ରାହୀ, ବସନ୍ତ ସାହୁ, ବସନ୍ତ ଦଳାଇ, ଯୋଗେଶ୍ଵର ସାହୁ, ରଜନୀକାନ୍ତ ମହାନ୍ତି, ବୁଲୁ ପାଣ୍ଡେ, ନାରାୟଣ ସାହୁ, ଜଗୁ ସାହୁଙ୍କୁ ଚୟନ କରାଯାଇଛି।

Leave A Reply

Your email address will not be published.