ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଡକ୍ଟରର୍ସ ଡେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସଭା ଗୃହ ଠାରେ ଡକ୍ଟରର୍ସ ଡେ ପାଳିତ ହୋଇଯାଇଛି । ଏଥିରେ ଡାକ୍ତର ମାନସୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ମହେନ୍ଦ୍ର କୁମାର ନାଏକ ଏବଂ ସୁକାନ୍ତ ପଣ୍ଡା ଯୋଗ ଦେଇଥିଲେ । ହସ୍‌ପିଟାଲ ମେନେଜର ପ୍ରତ୍ୟୁଶ ପଟ୍ଟନାୟକ ଓ ସୁଦିପ୍ତ ଦତ୍ତ ଏହି ସଭାକୁ ପରିଚାଳନା କରିଥିଲେ । ଏହି ଅବସରରେ କୋଭିଡ ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ପିକେ ରଥ, ଡା ସବିତା ବେହେରା, ଡା ମୁରଳୀ ଧର ପାଣିଗ୍ରାହୀ ଏବଂ ଡା. ଗିରିଜା ଶଙ୍କର ଉଦ୍‌ଗାତାଙ୍କୁ ପୁଷ୍ପ ଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

Leave A Reply

Your email address will not be published.