କୋସଲ ଯୁବ ସମନ୍ୱୟ ସମିତି ତରଫରୁ କୋସଲ ଯୁବ ଉଲଗୁଲାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ଡେଭଲମେଣ୍ଟ ଫାଉଣ୍ଡେସନ ଅଫିସରେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କୋସଲ ଯୁବ ଉଲଗୁଲାନ ଦିବସ ଗାନ କରାଗଲା । ସର୍ବ ପ୍ରଥମେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହା ପରେ କୋସଲ ଯୁବ ସମନ୍ୱୟ ସମିତିର କେନ୍ଦ୍ରୀୟ ଉପସଭାପତି ବିନୋଦ କୁମାର କାଲସାଏଙ୍କ ନେତୃତ୍ୱରେ କେନ୍ଦ୍ରୀୟ କାର୍ଯ୍ୟକାରୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ରବି ମିଶ୍ର, ବିଭୁଦତ୍ତ ମିଶ୍ର, ଶରତ ହୋତା, ରଣରାଜ ସିଂଦେଓ, ଅଜୟ ନାଗ, ସୁମେଶ ଡାଙ୍ଗ, ରମାକାନ୍ତ ବିଶ୍ୱାଲ ଓ ସ୍ୱଦେଶ ବେହେରା ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଶେଷରେ ଶ୍ରୀ କାଲସାଏ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।

Leave A Reply

Your email address will not be published.