ଧର୍ମପରାୟଣ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକର ଜଣାଶୁଣା ଆଦର୍ଶ ଶିକ୍ଷକ ସ୍ବର୍ଗତ ମୋହନ ବେହେରାଙ୍କ ଧର୍ମପତ୍ନୀ ସୁମିତ୍ରା ବେହେରାଙ୍କ ମଙ୍ଗଳବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ସେ ଗତକିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ଭୋରରୁ ତାଙ୍କର ପରଲୋକ ହୋଇ ଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ନୀଳମଣି ବେହେରା, ଭୁବନେଶ୍ୱର ବେହେରା, ରାଜେଶ୍ବର ବେହେରା, ଈଶ୍ବର ବେହେରାଙ୍କ ସମେତ ପୁତ୍ରବଧୂ ଜନନୀ, ଅନୁପମା, ସ୍ବାଗତିକା, ଉମା ସହ ନେହା, ବିକାଶ, ଇତୁ, ରିତାଂଶୁ, ପ୍ରିୟାଂଶୁ ପ୍ରମୁଖ ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ପରିବାରବର୍ଗଙ୍କୁ ସାନ୍ତ୍ୱାନା ଜଣାଇଥିଲେ । ଜ୍ୟେଷ୍ଠ ପୁତ୍ର ନୀଳମଣି ବେହେରା ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ଧର୍ମ ପରାୟଣା ମହିଳା ଥିଲେ । ଫଳରେ ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.