oom

ଦୃଷ୍ଟିହୀନମାନଙ୍କ ପଥ ପ୍ରଦର୍ଶକ ଧଳାବାଡ଼ି : ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ ତରଫରୁ ବିଶ୍ୱ ଧଳାବାଡ଼ି ଦିବସ ପାଳିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନ ବ୍ୟକ୍ତିମାନେ ସମାଜରେ କିପରି ସ୍ୱାଧୀନ ଭାବେ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ “ବିଶ୍ୱ ଧଳାବାଡ଼ି ଦିବସ’ ପାଳନ କରାଯାଉଛି ବୋଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥ ପ୍ରକାଶ କରିବା ସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦୃଷ୍ଟିହୀନମାନଙ୍କ ସଫଳତାକୁ ଦୃଷ୍ଟିରେ ରଖି ୧୯୬୪ ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି ବୋଲି କହିଛନ୍ତି । ଗୁରୁବାର ସ୍ଥାନୀୟ ଆମ୍ବପୁଆ ସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସର ମଧ୍ୟରେ ଧଳାବାଡ଼ି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୧୩୫ ଜଣ ଦୃଷ୍ଟିହୀନଙ୍କୁ ଧଳାବାଡ଼ି ବଣ୍ଟନ କରାଯାଇଥିଲା । ପ୍ରତିଷ୍ଠାନର ସଭାପତି ବିଜୟ କୁମାର ରଥଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରବି ରଥ ମୁଖ୍ୟଅତିଥି ଭାବେ ଯେ ।ଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡ. ଡମ୍ବୁରୁଧର ସାହୁ, ଲେଖକ କପିଳ ଚନ୍ଦ୍ର ମହାନ୍ତି, ସାହିତ୍ୟିକ ସୁଶାନ୍ତ କୁମାର କର, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ ଦୃଷ୍ଟିହୀନମାନଙ୍କୁ ଉତ୍ସାହିତ କରିବା ସହ ସେମାନେ ଯେଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ସରକାରୀ ଓ ବେସରକାରୀ ସଂସ୍ଥାମାନେ ସହଯୋଗର ହାତ ବଢ଼ାଇବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ଅବସରପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.