oom

କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଏବଂ ଅନୁକୁଳ ପାଗ ଯୋଗୁଁ ଧାନ ଅମଳ କରିବାରେ ଚାଷୀ ମାନେ ଭଲ ଆଶା ରଖିଥିଲେ । ହେଲେ ଅଦିନିଆ ବର୍ଷା ଯୋଗୁଁ ଧାନରେ ରୋଗ ପୋକ ଲାଗିବା ହେତୁ ଧାନ ଫସଲ ନଷ୍ଟ ହୋଇଗଲା । ଅଜଣା ରୋଗରେ ଔଷଧ ସିଞ୍ଚନ କଲେ ମଧ୍ୟ ଔଷଧ କାମକୁ ଆସୁନାହିଁ । ଏଣୁ ଚାଷୀମାନେ ଚିନ୍ତାରେ ପଡି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିହିତ ତଦନ୍ତ କରି ପ୍ରଶାସନ କ୍ଷୟକ୍ଷତି ସାହାଯ୍ୟ କଲେ ଚାଷୀମାନେ କେତେକାଂଶରେ ଉପକୃତ ହେବେ ବୋଲି କୋକନରା ଗ୍ରାମର ତପନ ବଢେଇ, ବରୁଣ ମାହାର, ଗଜରାଜ ସାହୁ, ଯୁଧିଷ୍ଠିର ମାହାରଙ୍କ ସମେତ ଅନ୍ୟମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.