ମିନି ଟ୍ରକରୁ ୧୮୦ ବସ୍ତା ନବରତ୍ନା ଡିଏପି ସାର ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଛତିଶଗଡ଼ ପଟରୁ ଆସୁଥିବା ନବରତ୍ନା ଡିଏପି ସାର ୧୮୦ ବସ୍ତା ସାର ଧଉରାଭଟା ଛକ ନିକଟରେ ଏକ ମିନି ଟ୍ରକ ଓଡି ୦୩ ସି ୭୫୬୯କୁ ଜବତ କରି ଜଗଦଲପୁର ଥାନାକୁ ଆଣିଥିଲେ ଜଗଦଲପୁର ପୋଲିସ ଦଳ ରାତ୍ରରେ ପେଟ୍ରୋଲିଂ କରୁଥିବା ସମୟରେ ଛତିଶଗଡ଼ ସରାଇପାଲି ପଟରୁ ଆସୁଥିବା ଏହି ମିନି ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଗାଡିକୁ ଜବତ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ମିନିଟ୍ରକଟି ବଲାଙ୍ଗିର ଜିଲ୍ଲା ତୋଷରା ଥାନା ଅଞ୍ଚଳକୁ ଯାଉଥିଲା ଏ ନେଇ ଥାନା ଅଧିକାରୀ ବିରବର ଭଗତ ଝାରବନ୍ଧ ବ୍ଲକ କୃଷି ଅଧିକାରୀଙ୍କୁ ସୂଚନା ଦେଇଥିଲେ ବ୍ଲକ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ ଆସି ୧୮୦ ବସ୍ତା ସାରକୁ ଲଉଡିଦରହା ସେବା ସମବାୟ ସମିତିର ଗୋଦାମରେ ରଖିଛନ୍ତି । ଏହି ସମସ୍ତ ସାରକୁ ସରକାରୀ ମୂଲ୍ୟରେ ଚାଷୀମାନଙ୍କୁ ଦିଆଯିବ । ଫଳରେ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.