pr

ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ସେବା କେବେ ଚାଲୁ ହେବ : ଆମ୍ ଆଦମୀ ପାର୍ଟି

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଟୁକୁର୍ଲା- ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା ନଥିବାରୁ ରୋଗୀମାନେ ବରଗଡ଼ ପୁରୁଣା ହସ୍ପିଟାଲକୁ ଆସୁଛନ୍ତି ଅଲ୍ଟ୍ରା ସାଉଣ୍ଡ କରିବା ପାଇଁ ଯାହାକି ଗାଡି ଭଡା ଦେଇ ଯିବା ଆସିବାରେ ଚର୍ଚ୍ଚାନ୍ତ ହେଉଛନ୍ତି କିମ୍ବା ପ୍ରାଇଭେଟରେ ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ୫୭ କୋଟି ଖର୍ଚ୍ଚ କରି ବରଗଡ଼ ଜିଲ୍ଳା ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନୂଆ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ଜାନୁଆରୀ ୨୦୨୦ ମସିହାରେ କିନ୍ତୁ ଅତି ଆବଶ୍ୟକ ଭଳି ଅଲ୍ଟ୍ରାସାଉଣ୍ଡ ସେବା ବି ଲୋକଙ୍କୁ ମିଳିପାରୁ ନଥିବା ଆପ୍ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି । ସେହିପରି ପୁରୁଣା ହସ୍ପିଟାଲରେ ପ୍ରସୂତି ମହିଳାମାନଙ୍କ ସାଧାରଣ ପ୍ରସବ ହେଉଥିବା ବେଳେ ସିଜରିଆନ ଜନିତ ଅସ୍ତ୍ରୋପଚାର ସେବା ହେଉ ନଥିବାରୁ ଗୁରୁତ୍ୱ ରୋଗୀଙ୍କୁ ଖେଦା ପାଲି ପଠାଯାଉଛି ସେଠାରେ ଡାକ୍ତର କିମ୍ବା ଷ୍ଟାଫ ନଥିଲେ ପରେ ବୁର୍ଲା ରେଫର କରାଯାଉଛି ଏହା ମଧ୍ୟରେ ରୋଗୀର ଜୀବନ ପ୍ରତି ବିପଦ ରହୁଥିବା ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ଏହାର ତୁରନ୍ତ ସମାଧାନ ନହେଲେ ଆମ୍ ଆଦମୀ ପାର୍ଟି ବରଗଡ଼ ଜନସାଧାରଣଙ୍କ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ।

nrusinghnath
Leave A Reply

Your email address will not be published.