centurian jitm

ତେଲେଙ୍ଗାନାରେ ବନ୍ଧକ ପଢିଛନ୍ତି ମହିଳା, ଶିଶୁଙ୍କ ସମେତ ୧୫ ଜଣ ଦଳିତ ଶ୍ରମିକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜଗଦଳପୁର ଥାନା ଅଧୀନସ୍ଥ ଲହଙ୍ଗେର ଗ୍ରାମର ମହିଳା,ଛୋଟ ଛୁଆଙ୍କ ସମେତ ୧୫ ଜଣ ଦଳିତ ଶ୍ରମିକ ଦେଢ ବର୍ଷ ହେଲା ବନ୍ଧକ ପଢିଛନ୍ତି ତେଲେଙ୍ଗାନା ରାଜ୍ୟର ଇଟା ଭାଟିରେ । କରୋନା ମହାମାରୀ ବେଳେ ଓଡିଶା କୁ ଫେରିବା ପାଇଁ ଚାହୁଁଥିଲେ ମଧ୍ୟ ଇଟା ଭାଟି ମାଲିକ ଧମକ ଚମକ, ଏପରିକି ମାଡପିଟ କରି ଛାଡି ନ ଥିବାର ଅଭିଯୋଗ ହୋଇଛି । ବନ୍ଧକ ପଡିଥିବା ପରିବାର ଶ୍ରୀମତୀ ସୁଭାସିନୀ ତାଣ୍ତି ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ତାଙ୍କ ପରିବାରର ଲୋକଙ୍କୁ ତେଲେଙ୍ଗାନା ରାଜ୍ୟରୁ ମୁକ୍ତି କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଠୋର ଗ୍ରାମର ଜଣେ ଦାଦନ ସର୍ଦ୍ଧାର ମଜିତ ଖାଁ ଲହଙ୍ଗେର ଗ୍ରାମକୁ ଆସି ତେଲେଙ୍ଗାନା ଗଲେ ଅଧିକ ରୋଜଗାର କରିବ, ଓଡିଶାରେ ତ’ କାମ ନାହିଁ ବୋଲି ପ୍ରବର୍ତ୍ତିାଇବା ପରେ ପ୍ରତି ପରିବାରକୁ ୩୦ ହଜାର ଟଙ୍କା ଅଗ୍ରିମ ଦେଇଥିଲା । ଅଧିକ ରୋଜଗାର ଆଶାରେ ଗରିବ ଦଳିତ ପରିବାର ଲୋକେ ଅଗ୍ରୀମ ରଖି ବଲାଙ୍ଗୀର ଜିଲ୍ଲା ଲାଠୋର ରେଲ୍ ୱେ ଷ୍ଟେସନ୍‌ରୁ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ । ସେଠାରେ କାମ କରିବାର ଦେଢ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଓ ଶ୍ରମିକ ମାନେ ଗାଁକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ତେଲେଙ୍ଗାନା ରାଜ୍ୟ ପଦୋପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଗରୁଡପେଟ ଇଟା ଭାଟିର ମାଲିକ ଏହି ଦାଦନ ଶ୍ରମିକ ମାନଙ୍କୁ ବନ୍ଧକ ବନେଇ ଇଟାଭାଟିରେ ରଖିଛି । ସେମାନଙ୍କୁ ତୁରନ୍ତ ତେଲେଙ୍ଗାନାରୁ ମୁକ୍ତି କରିବା ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଭୁବନେଶ୍ବର ଶ୍ରମ କମିଶନରଙ୍କ ସହ ଯୋଗାଯୋଗ କରିଛନ୍ତି । ବନ୍ଧକ ଥିବା ଶ୍ରମିକ ମାନଙ୍କ ଭିତରେ ପ୍ରସନ୍ନ ତାଣ୍ତି,ଦିବାକର ସୁନା, ଜଗନ୍ନାଥ ସୁନା, ଦେବାର ତାଣ୍ତି, ଶ୍ରୀମତୀ ବିଶାଖା ତାଣ୍ତି, ସୀତା ଲୁହାର, କମଲା ଶିକା, ବିଜୟ ତାଣ୍ତି ୧୨ବର୍ଷ, କୁମାରୀ ବିଜୟା ତାଣ୍ତି, ୬ବର୍ଷ ଝିଅ, ଲକି ଲୁହାର ୫ବର୍ଷ, ବିକି ଲୁହାର ୧୦ବର୍ଷ ସାମିଲ ଅଛନ୍ତି ।

Leave A Reply

Your email address will not be published.