oom

କେନ୍ଦୁପତ୍ର କର୍ମଚାରୀ ସଂଘ ଭୁବନେଶ୍ବରରେ ଜଙ୍ଗଲ ବିଭାଗ ମନ୍ତ୍ରୀ, ଜଙ୍ଗଲ ବିଭାଗ ଶାସନ ସଚିବ ଓ ପିସିସିଏଫଙ୍କୁ ସାକ୍ଷାତ କରି ୯ ଦଫା ଦାବୀ ପ୍ରଦାନ କଲା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ ଭିତରେ ବାଂଟି ହେଉଥିବା ବେଳେ ଓଡିଶା ସରକାର ଲାଭାଂଶ ର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ବାରା କେନ୍ଦୁପତ୍ର ତୋଳାଳୀ ଅନେକ କ୍ଷତି ସହୁଛି । ରାଜ୍ୟରେ ଥିବା କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ଶତ ପ୍ରତିଶତ ବୋନସ ଦେବା ଦାବିରେ ବିଜେପି ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ନେତୃତ୍ଵରେ ଏକ ପ୍ରତିନିଧି ଦଳ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବକୁ ଭେଟି ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଗତକାଲି ମନ୍ତ୍ରୀ ଓ ଜଙ୍ଗଲ ସଚିବଙ୍କ ସହ ଆଲୋଚନା ବେଳେ କେନ୍ଦୁପତ୍ର ଶ୍ରମିକଙ୍କ ୯ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ୨୦୧୯ ବର୍ଷରୁ ୨ ହଜାର କେରୀ କେନ୍ଦୁପତ୍ର ତୋଳିଲେ ଜଣେ ତୋଳାଳୀ କେନ୍ଦୁପତ୍ର ଶ୍ରମିକ କଲ୍ୟାଣ ମଙ୍ଗଳ ପାଣ୍ଠିରେ ସାମିଲ ହେବାର ନିଷ୍ପତ୍ତି ସରକାର ନେଇଥିବାରୁ ପାଖାପାଖି ୯୦ ଭାଗ କେନ୍ଦୁପତ୍ର ତୋଳାଳୀ ଏଥିରୁ ବଞ୍ଚିତ ହେଉଥିବାରୁ ପୂର୍ବତନ କେନ୍ଦୁପତ୍ର ଶ୍ରମିକ କଲ୍ୟାଣ ମଙ୍ଗଳ ପାଣ୍ଠିରେ ସାମିଲ ପାଇଁ ୧ ହଜାର କେରୀକୁ ମାନଦଣ୍ଡ ରଖିବା ପାଇଁ ପ୍ରତିନିଧି ଦଳ ଦାବି କରିଛି । ସେହିପରି ୧୯୭୩ ଗ୍ରାଚ୍ୟୁଇଟି ଆଇନ ଅନୁଯାୟୀ କେନ୍ଦୁପତ୍ର ସଂସ୍ଥା କାର୍ୟ୍ୟରତ ସିଜିନାଲ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ପ୍ରାପ୍ୟ ଦେବା, ୨୦୨୦ ମସିହାରେ କେନ୍ଦୁପତ୍ର ସଂସ୍ଥାରେ କାର୍ୟ୍ୟରତ ସିଜିନାଲ କର୍ମଚାରୀ ଦରମା ବୃଦ୍ଧି ହୋଇ ଥିବାବେଳେ ବାକି ରହିଥିବା ରାଜ୍ୟର ୭୦୦ ଜଣ ୱାଚରଙ୍କ ଦରମା ବୃଦ୍ଧି କରାଯିବା, ରାଜ୍ୟ ସରକାରଙ୍କ ବର୍ଷକୁ ୨ ଲକ୍ଷ କ୍ବିଂଟାଲ କେନ୍ଦୁପତ୍ର ଉତ୍ପାଦନ ଲକ୍ଷ୍ୟ ରଖୁଥିବାରୁ କେନ୍ଦୁପତ୍ର ଗୁଛା କଟା ଓ ପତ୍ର ଖରଦିର ଅବଧିକୁ ବଢାଇବା, ସର୍ବନିମ୍ନ ମଜୁରୀ ଆଧାରରେ କେନ୍ଦୁପତ୍ର ସଂସ୍ଥାରେ କାର୍ୟ୍ୟରତ ବନ୍ଧେଇ ଶ୍ରମିକ ମାନଙ୍କ ବନ୍ଧେଇ ବିଡାଇ ମୂଲ୍ୟ, ବସ୍ତା ଭର୍ତ୍ତି ଓ ମେଟ କମିସନର ମଜୁରୀ ର ମୂଲ୍ୟ ପୁନ ନିର୍ଦ୍ଧାରିତ କରାଯିବା ସହ ବଲାଙ୍ଗୀର କେନ୍ଦୁପତ୍ର ବିଭାଗର ସିସିଏଫ ଶ୍ରୀ ପ୍ରଦୀପ୍ତ ମହାପାତ୍ର, ପଦ୍ମପୁର ଟିଟିଲାଗଡ ଓ ବଲାଙ୍ଗୀରର ୩ ଜଣ ସିଜି ୱାଚରଙ୍କୁ ଅନୁଗୁଳ ସ୍ଥିତ ନିଜ ଘରକୁ ପଠେଇ ସେଠି ବେଠି ଖଟାଉଥିବାରୁ ସେମାନଙ୍କୁ ମୁକ୍ତ କରିବା ସହ ସରକାରଙ୍କ ଠାରୁ ଗତ ୬ ମାସର ଦରମା ନେଇଥିବା ୱାଚର ମାନଙ୍କ ଦରମା ସିସିଏଫଙ୍କ ଠାରୁ ଅସୁଲ କରାଯିବା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜଙ୍ଗଲ ବିଭାଗ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, କେନ୍ଦୁପତ୍ର ବିଭାଗ ପିସିସିଏଫ ଙ୍କ ସହ ଆଲୋଚନା ହେବା ସହ ୯ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଆଲୋଚନା ସମୟରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ କୋକିଳ ସାହୁ, ୠଷବ ପ୍ରଧାନ, ଶୁଭମ ପଣ୍ତା, ମଧୁସୂଦନ ବେଲେର, ରାଜେନ୍ଦ୍ର ପ୍ରସାଦ ଯୋଶୀ, ସାଇଧର ପାଣ୍ତେ, ବସନ୍ତ କୁମାର ସାହୁ, ଅରମାନ ଖାଁ ଓ ରାଜ୍ୟ ୱାଚର ସଂଘ ପ୍ରତିନିଧି ଭାର୍ତିକ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.