centurian jitm

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ନବଜାତକଙ୍କୁ ଦେଲେ ଜନ୍ମ, ଦୁଇ ନବଜାତ ମୃତ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତର, ନର୍ସ, ଏଏନଏମ ନିଯୁକ୍ତ କରିଛନ୍ତି । କିନ୍ତୁ ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ । ଡାକ୍ତରଖାନାରେ ଡାକ୍ତର ନିଯୁକ୍‌କ୍ତ ହୋଇଥିଲେ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ନବଜାତକଙ୍କୁ ଜନ୍ମ ଦେଇଥିବା ବେଳେ ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ମତେ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ ମାନେ ପ୍ରସବ କରାଇବା ସହ ନବଜାତ ଶିଶୁ ଦ୍ଵୟ ଏବଂ ପ୍ରସୂତି ମା’ଙ୍କୁ ଗୋଟିଏ ଦିନ ଡାକ୍ତରଖାନାରେ ରଖିଥିଲେ । ଶେଷରେ ଅବସ୍ଥା ସଂକଟାପନ୍ନ ହେବାରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ତେବେ ଠିକ ସମୟରେ ଉପଯୁକ୍ତ ଚିକିତ୍ସା ମିଳି ନଥିବାରୁ ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ପ୍ରସୂତି ମହିଳା ଅହଲ୍ୟାଙ୍କ ସ୍ୱାମୀ ସୁବାସ ସରାପ୍‌ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ସଇଁନ୍ତଲା ବ୍ଳକ କୁଆରଗାଁ ପଞ୍ଚାୟତ ଟୁର୍ଚ୍ଚାଉପେର ଗାଁର ସୁବାସ ସରାପ୍‌ଙ୍କ ପତ୍ନୀ ଅହଲ୍ୟାଙ୍କୁ ପ୍ରସବ ବେଦନା ହେବାରୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ । କିଛି ସମୟ ପରେ ଯାଆଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ ମା’ ଅହଲ୍ୟା । ଜନ୍ମ ହେବା ପରେ ଗୋଟିଏ ଦିନ ପର୍ୟ୍ୟନ୍ତ ଶିଶୁ ଓ ମାଆଙ୍କୁ ଡାକ୍ତରଖାନାରେ ରଖାଯାଇଥିଲା । ତେବେ ଦୁଇ ଶିଶୁ ପୁତ୍ରଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ଓ ଡାକ୍ତରଖାନାରେ ବିଭାଗୀୟ ଡାକ୍ତର ନ ଥିବା ଯୋଗୁଁ ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ନେବା ପାଇଁ ଉପସ୍ଥିତ ଥିବା ନର୍ସ କହିଥିଲେ । ତାପରେ ପରିବାର ଲୋକେ ବଲାଙ୍ଗିର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ମା’ ଓ ଶିଶୁ ସୁରକ୍ଷା କାର୍ଡ ଦେଖାଇବାରୁ କାର୍ଡରେ କୈ।ଣସି ପଞ୍ଜିକରଣ ନମ୍ବର ନ ଥିବା ସହ ଗର୍ଭବତୀ ମହିଳାଙ୍କ ପରିବାରର ପରିଚୟ ଓ ଗର୍ଭବତୀଙ୍କ ପ୍ରତ୍ୟେକ ମାସର ଓଜନ ମାପ ଟୀକାକରଣ, କାଲସିୟମ ବଟିକା ସେବନ ଆଦି କୈ।ଣସି ବିଷୟ ପୂରଣ ହୋଇ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ରାଗି ଯାଇ ବୁର୍ଲା ନେବା ପାଇଁ ପରାମର୍ଶ ଦେଇଥିଲେ । ତା’ପରେ ଦୁଇ ନବ ଜାତ ଶିଶୁ ପୁତ୍ରଙ୍କୁ ଧରି ବୁର୍ଲା ପହଁଚିଥିଲେ ପରିବାର ଲୋକେ ।ତେବେ ସେଠାରେ ସୁରକ୍ଷା କାର୍ଡ ଦେଖାଇବାରୁ ନକଲି ବୋଲି କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଏସବୁ ଭିତରେ ଚିକିତ୍ସା ଅବହେଳା ଯୋଗୁଁ ଦୁଇ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିଲା । ତାପରେ ଗାଁକୁ ଫେରିଲେ ପରିବାର ଲୋକେ ।ଏନେଇ ସୁବାସ ସଇଁନ୍ତଲା ଡାକ୍ତରଖାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ଡାକ୍ତରଖାନା ଅଧିକାରୀ ସମରେନ୍ଦ୍ର ମହାପାତ୍ର ମନମୁଖୀ ଡାକ୍ତରଖାନାକୁ ଆସୁଥିବା ସହ ନର୍ସମାନେ ଶିଶୁ ପ୍ରସୂତି ବିଭାଗ ସମ୍‌ମ୍ଭାଳୁଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସଇଁନ୍ତଲା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଏନେଇ ବଲାଙ୍ଗିର ସିଡିଏମଓ ଡା. ଭୀମ ସାହୁଙ୍କୁ ପଚାରିବାରୁ ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’ଙ୍କ ମୃତ୍ୟୁ ଘଟଣାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କାର୍ୟ୍ୟନୁଷ୍ଠାନ ଶୂନ୍ୟ ରହିଥିବା ବାର‌ମ୍ବାର ଦେଖାଯାଇଛି । ବଲାଙ୍ଗିର ଜିଲା ତୁଷୁରା ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋବାର ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍‌ଦ୍ଧା କେଉଁ ଅଦୂଶ୍ୟ ଚାପରେ ଦୋଷୀଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ଶୂନ୍ୟ ବୋଲି ସାଧାରଣରେ ଚଚ୍‌ର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅନ୍ୟ ପକ୍ଷରେ ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ସୁମିତ ମେହେର ନିଜେ ଆସି ତୁଷୁରା ଚିକିତ୍ସାଳୟର ବନ୍ଦ କୋଠରୀ ଭିତରେ ଉକ୍ତ ସମୟରେ ଦାୟତ୍ୱରେ ଥିବା ନର୍ସମାନଙ୍କୁ ଦୁଇ ଘଂଟା ଧରି ଜୋରା କରିଥିଲେ । ଅନ୍ୟ ପକ୍ଷକୁ ଜୋରା କରିବା ପରେ କିଛି କହି ହେବ କାହାର ଭୁଲ ଅଛଇ ବୋଲି ଶ୍ରୀ ମେହେର ଗଣମାଧ୍ୟମକୁ ସୂଚନା ଦେଇଥିଲେ । କିନ୍ତୁ ଅନେକ ଦିନ ବିତି ଯାଇଥିଲେ ସୁଦ୍‌ଦ୍ଧା ମୃତକଙ୍କ ଘରକୁ ଯାଇ ତାହାର ତଦନ୍ତ କରି ନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଶ୍ରୀ ମେହେରଙ୍କୁ ପଚାରିବାରୁ କହନ୍ତି, ଟିକିଏ କାମ ଅଧିକ ଥିବାରୁ ତଦନ୍ତ କାରଯାଇ ପାରିନି ବୋଲି ସଫାଇ ଦେଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଭୀମ ସାହୁ କହନ୍ତି ଯେ, କରେନା ଟୀକା କାର୍ୟ୍ୟକ୍ରମ ପାଇଁ ଟିକିଏ ବ୍ୟସ୍ତ ଅଛୁଁ, ଜିଲାରୁ ଏକ ଟିମ୍‌ ଯାଇ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ତଦନ୍ତ ନାଁରେ ଦୋଷୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଛି ବୋଲି ମୃତ୍ୟକ ସ୍ୱାମୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ତୁଷୁରା ସହରର ରାମ ପଟ୍ଟନାୟକଙ୍କ ସ୍ତ୍ରୀ ସୁନିତା ପଟ୍ଟନାୟକ(୩୦)ଙ୍କୁ ପ୍ରସବ ବେଦନା ହେବାରୁ ମଙ୍ଗଳବାର ତାଙ୍କୁ ତୁଷୁରା ଡ଼ାକ୍ତରଖାନକୁ ଆଣାଯାଇଥିବା ବେଳେ ଡ଼ାକ୍ତରଖାନାରେ ଡ଼ାକ୍ତର ଛୁଟିରେ ଥିଲେ । ଏହା ସତ୍ତେ୍ୱ ମଧ୍ୟ ଉପସ୍ଥିତ ଥିବା ନର୍ସମାନେ ସ୍ୱାଭାବିକ ପ୍ରସବ ହୋଇଯିବ କହି ସୁନୀତାଙ୍କୁ ଡ଼ାକ୍ତରଖାନରେ ଭତ୍‌ର୍ତ୍ତି କରିଥିଲେ । ଏହା ପରେ  ସୁନୀତା ଏକକନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ଅଧିଖ ରକ୍ତଶ୍ରାବ ଯୋଗୁଁ ଶେଷରେ ବଲାଙ୍ଗିର ନେବା ପାଇଁ ପରିବାରର ଲୋକଙ୍କୁ କୁଆଡେ ନର୍ସମାନେ କହିଥିଲେ । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ପହଂଚିବା ପରେ ଡ଼ାକ୍ତର କହିଥିଲେ ଯେ ପ୍ରଚୁର ପରିମାଣରେ ରକ୍ତଶ୍ରାବ ହେବା ଯୋଗୁଁ ଗଭବତୀ ମା’ଙ୍କ ମୃତ୍ୟୁ ହୋଇଥିଲା ।  

Leave A Reply

Your email address will not be published.