ନବମ ଆନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କୁଡ଼ସିଂହା ଗ୍ରାମରେ ନବମ ଆନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମେଚରେ ଆମ୍ବବାହାଲ ଦଳ ଝଙ୍କରପାଲି ଦଳକୁ ପରାସ୍ତ କରିଛି । କ୍ୱାଟର ଫାଇନାଲ ମେଚରେ ବ୍ରାମନ ଡ଼ିହି ଦଳକୁ ଆମ୍ବବାହାଲ ଦଳ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି । ଉଦଘାଟନୀ ଉତ୍ସବରେ ଗ୍ରାମର ସଭାପତି ଗୋପାଳ ମେହେର ମୁଖ୍ୟ ଅତିଥି ଓ ସମ୍ପାଦକ ଲିଙ୍ଗରାଜ ମେହେର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଖେଳରେ ଧାରା ବିବରଣୀ ରାଜେଶ ପଟେଲ ଦେଇଥିବା ବେଳେ ଖେଳ ପରିଚାଳନା ଆଦିତ୍ୟ ମେହେର ଓ ରୀଙ୍କୁ ମେହେର କରିଥିଲେ । ଶେଷରେ ମୁଖ୍ୟ ଅତିଥି ଗୋପାଳ ମେହେର ଓ ଅତିଥି ଲିଙ୍ଗ ରାଜ ମେହେର ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ଓ ଶତ୍ରୁଘ୍ନ ବରିହା ଧନ୍ୟବାଦ ଦେଇ ଖେଳ ସମାପ୍ତ କରିଥିଲେ ।

Leave A Reply

Your email address will not be published.