ସାନ ସାହାଜବାହାଲକୁ ହରାଇ ମନୁପାଲି ଚମ୍ପିୟାନ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଭେଟେରାନ୍ କ୍ରିକେଟ ଆସୋସିଏନ, ଭୁତିବାହାଲ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ଚାଲିଥିବା ମା’ ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍-୨୦୨୧ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ରାଇସଲପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କରଂସିଂ ସାହୁ, ସରପଞ୍ଚ ପ୍ରାର୍ଥୀ ମହାଦେବ ସାହୁ, ସମାଜସେବୀ ସୁବାସନ ସାହୁ ଉପସ୍ଥିତ ରହି ବିଜେତା ଦଳ ଓ ଉପ ବିଜେତା ଦଳକୁ ପୁରସ୍କାର ରାଶି ଯଥାକ୍ରମେ ୧୦,୦୦୦ ଓ ୬୦୦୦ ସହ ଟ୍ରଫି ପ୍ରଦାନ କରିଥିଲେ । ପ୍ରଥମ ସେମି ଫାଇନାଲରେ ମନୁପାଲି ଦଳ ଭରସୁଜା ଦଳକୁ ଓ ସାନ ସାହାଜବାହାଲ ଦଳ ଦମକିପାଲି ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।ଏହାପରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ମନୁପାଲି ଦଳ ସାନ ସାହାଜବାହାଲ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ ପ୍ରମୋଦ ମେହେର (ମନୁପାଲି) ଓ ମ୍ୟାନ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ୍ ଉଦ୍ଧବ ବଗର୍ତ୍ତି(ସାହାଜବାହାଲ)ଙ୍କୁ ପ୍ରଦାନ କରାଯାଇଥିଲା । ଏହି ଖେଳରେ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ ପବିତ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଗୁରୁଦେବ ସାହୁ, ସରୋଜ ସାହୁ ଓ ବନମାଳୀ ପୁଟେଲ । ସ୍କୋରିଙ୍ଗ ଦାୟିତ୍ୱରେ ଥିଲେ ଆଦିତ୍ୟ ବାଗ, ଯୁଗେଶ୍ୱର ସାହୁ ଓ ମନୋଜ ସାହୁ । ମ୍ୟାଚ୍‌ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ ଲୋଚନ ସାହୁ ଓ ବିନ୍ଦୁସାଗର ନାଗ । ଏହା ବ୍ୟତୀତ ଅସୋସିଏନର ଅନ୍ୟାନ୍ୟ ସଦସ୍ୟ ବିଜେପି ସାହୁ, ଘନଶ୍ୟାମ ବାଗ, ରୁଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.