ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ୍ଟି ଏଏଫ୍ସିସି ଓ ସ୍ୱରାଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱରାଜ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ମାତ୍ର ୭୯ ରନ୍ରେ ସମସ୍ତ ୱିକେଟ ହରାଇଥିଲା । ଦଳ ତରଫରୁ ଅମିତ ନନ୍ଦ ସର୍ବାଧିକ ୨୨ ରନ୍ ଏବଂ ଶୈଳେସ ପଟ୍ଟନାୟକ ୧୯ ରନ୍ ସଂଗ୍ରହ କରିଥିଲେ । ଏଏଫ୍ସିସ ଦଳ ତରଫରୁ ସଫଳ ବୋଲର ଭାବରେ ଶୁବାଶିଷ ମିର୍ଦ୍ଧା ସର୍ବାଧିକ ୫ ଗୋଟି ୱିକେଟ ଓ ସ୍ୱୟମ୍ ବେହେରା ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୮୦ ରନ୍ ବିଜୟ ଲକ୍ଷ୍ୟକୁ ପଡିଆକୁ ଓହ୍ଲାଇଥିବା ଏଏଫ୍ସିସି ଦଳ ୧୨.୧ ଓଭରରେ ୭ ୱିକେଟ ହରାଇ ଆବଶ୍ୟକ ୮୦ ରନ୍ ସଂଗ୍ରହ କରି ୩ ୱିକେଟରେ ବିଜୟୀ ହୋଇଥିଲେ । ଏହି ମ୍ୟାଚ୍ରେ ଏଏଫ୍ସିସି ଦଳର ଶୁବାଶିଷ ମିର୍ଦ୍ଧାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲେ । ସେହି ଭଳି ଭାବରେ ଦ୍ୱିତୀୟ ମ୍ୟାଚ୍ ଆବ୍ରାହମ ଷ୍ଟ୍ରାଇକର ଏବଂ ତୁଷାର ରୟାଲ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁଷାର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୧୭୬/୩ ରନ୍ ସଂଗ୍ରହ କରିଥିଲେ । ଦଳ ତରଫରୁ ବାବୁଲୁ ସେଠି ସର୍ବାଧିକ ୫୫ ରନ୍, ରାଘବେନ୍ଦ୍ର ତ୍ରିପାଠୀ ୩୮ ରନ୍, ମାନସ ରଂଜନ ମିଶ୍ର ୩୯ ରନ୍ ସଂଗ୍ରହ କରିଥିଲେ । ୧୭୭ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆବ୍ରାହମ ଦଳ ୧୫୪/୯ ରନ୍ ସଂଗ୍ରହ କରିଥିଲେ । ଫଳରେ ଏହି ମ୍ୟାଚ୍ଟିକୁ ତୁଷାର ରୟାଲ ଦଳ ୨୨ ରନ୍ରେ ବିଜୟ ହୋଇଥିଲେ । ଆବ୍ରାହମ ଦଳ ତରଫରୁ ସିଦ୍ଧାର୍ଥ ବାରିକ ୪୧ ରନ୍, ସତ୍ୟଜିତ ସିଂଦେଓ ୪୫ ରନ୍ ଓ ଗୌରବ ଦେବ କୁମ୍ଭାର ୩୨ ରନ୍ ସଂଗ୍ରହ କରିଥିଲେ । ତୁଷାର ରୟାଲ ଦଳରୁ ସଫଳ ବୋଲର ଭାବରେ ସାଗର ଡୋଗ୍ରା ଓ ବିଜ୍ଞାନ ମିଶ୍ର ଉଭୟ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ତୁଷାର ରୟାଲ ଦଳର ବାବୁଲି ସେଠିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ପ୍ରଥମ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଅଜିତ ପାଲ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଖେଳପ୍ରେମୀ ଗୁଲାପ ବାଗ ଯୋଗ ଦେଇ ଖେଳାଳି ତଥା ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚ୍କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ସ୍ମିତ ଦଲାଇ, ଶ୍ୟାମ ସୁନ୍ଦର ପଣ୍ଡା ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚ୍ଟି କ୍ରିକେଟ କାଲସନ ଓ କ୍ରିଚ ହିରୋ ୟୁଟ୍ୟୁବ୍ରେ ପ୍ରସାରଣ ହେଉଥିଲା । ଏହାକୁ ଯାଜପୁରର ସୁରଜ ପରିଚାଳନା କରିଥିଲେ । ଅଞ୍ଜନ କୁମାର ଓ ଭବାନୀ ମହାନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ ।