oom

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବୀର ସୁରେନ୍ଦ୍ର ସାଏ କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ବିଜୟୀ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ରେ ଆଜିର ମ୍ୟାଚ୍ କୁ ବୀର ସୁରେନ୍ଦ୍ର ସାଏ କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ଜିତି ନେଇଛନ୍ତି।

ଆଜିର ଖେଳରେ ମିନି ଷ୍ଟାଡିୟମ୍ ରେ ବୀର ସୁରେନ୍ଦ୍ର ସାଏ କ୍ଲବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଦଳ ପକ୍ଷରୁ କ୍ଷୀର ସାଗର ଭୋଇ ଙ୍କ ୩୭ ରନ, ସୌରଭ ନାୟକ ଙ୍କ ୫୮ ରନ, ବାଦଲ ପରଦେଶୀ ନିଶାଦ୍ ଙ୍କ ୫୫ ରନ ଫଳରେ ଦଳ ୪୧.୩ ଓଭର ରେ ୨୨୧ ରନ କରିବାକୁ ସକ୍ଷମ ହୋଇଥିଲେ। କୁମ୍ଭାରୀ ଭବାନୀ କ୍ଲବ୍ ପକ୍ଷରୁ ସେକ.ଫଇମ ରାଜା ୪୯/୩, ସେକ. ଏ.ମହମ୍ମଦ ୪୮/୨, ଭୋଜରାଜ୍ ଭୋଇ ୨୨/୨, ସାହିଦ୍ ଖାଁ ୪୧/୨ ୱିକେଟ୍ ନେଇଥିଲେ।ଜବାବ ରେ କୁମ୍ଭାରୀ ଦଳର ଅଶୋକ ବେହେରା ଙ୍କ ୧୦୧ ରନ, ସାହିଦ ଖାଁ ଙ୍କ ୩୯ ରନ ଫଳରେ ଦଳ ୫୦ ଓଭର ୮ ୱିକେଟ୍ ବିନିମୟରେ ୨୦୩ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ପ୍ରତିପକ୍ଷ ବୀର ସୁରେନ୍ଦ୍ର ସାଏ କ୍ଲବ୍ ପକ୍ଷରୁ ବାଦଲ ପରଦେଶୀ ୨୮/୨, ଝଶକେତନ୍ ୩୦/୨, ସୌରଭ ନାୟକ ୪୩/୨ ୱିକେଟ୍ ନେଇଥିଲେ।ଫଳରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଖେଳି ଭବାନୀ କ୍ଲବ୍ ମ୍ୟାଚ୍ କୁ ମାତ୍ର ୧୮ ରନ ରେ ହାରିଯାଇଥିଲେ।ଆଜିର ମ୍ୟାଚ୍ କୁ ୱିଲସନ ସିଂ ଓ ପ୍ରଦୀପ ଦାଶ ପରିଚାଳିତ କରିଥିବା ବେଳେ ସ୍କୋର ର ଥିଲେ ମନୋଜ ପାତ୍ର।

ବିକାଶ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା କୁ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଆର୍ୟ୍ୟମାନ ମିଶ୍ର୧୨୦ ରନ,ଆଜାଦ ପ୍ରଧାନ ୬୪ରନ, ମଳୟ ହାତୀ ୩୫ ରନ, ସଂକଳ୍ପ ରାଉତ ୨୮ ରନ,ସୁଶାନ୍ତ ୨୯ ରନ କରିଥିଲେ। ପ୍ରତିପକ୍ଷ ପଦ୍ମପୁର ବୋରାସମ୍ବର କ୍ରିକେଟ କ୍ଲବ୍ ପକ୍ଷରୁ ଦୀପକ ଜୟପୁରିଆ ୪୩/୨, ଧରଣୀଧର ବାରିକ ୪୭/୨, ସନାତନ ମେହେର ୨୭/୧,ରଜତ ମେହେର ୬୦/୧ ୱିକେଟ୍ ନେଇଥିଲେ।ଜବାବ ରେ ବୋରାସମ୍ବର ଦଳ ର ଅକ୍ଷୟ ଦଂସନା ଙ୍କ ୫୬ ରନ,ଅବଦୁଲ ରସିଦ ଖାଁ ଙ୍କ ୪୪ ରନ ଫଳରେ ଦଳ ୩୬.୫ ଓଭର ରେ ୧୯୩ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ।ଫଳରେ ୟୁନାଇଟେଡ କ୍ଲବ୍ ମ୍ୟାଚ୍ କୁ ୧୩୭ ରନ ରେ ଜିତି ନେଇଥିଲା। ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ପକ୍ଷରୁ ,ବିକାଶ ପ୍ରଧାନ ୫୮/୫, ସଂକଳ୍ପ ରାଉତ ୩୨/୩,ଆଜାଦ ପ୍ରଧାନ ୨୯/୧, ସେକ. ମଝରୁଦ୍ଦିନ ୨୩/୧ ୱିକେଟ୍ ନେଇଥିଲ।ମ୍ୟାଚ୍ ପରିଚାଳନା କରିଥିଲେ ସୁରେଶ ଦାଶ ଓ ଶୁଭମ ପାତ୍ର। ସ୍କୋରର ଥିଲେ ରଜତ ଦାଶ ।

jittmm
Leave A Reply

Your email address will not be published.