କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ : ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହରୀ ଅଧିକ ପ୍ରଭାବଶାଳୀ ପରିଲକ୍ଷିତ ହେଉଥିବା ବେଳେ ଏଥିରେ ଅନେକ ଲୋକ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ବରଗଡ଼ ସହର ଶକ୍ତି ନଗର ୱାର୍ଡ ନମ୍ବର.୧୩ର ବାସିନ୍ଦା ବେନୁଗୋପଲ ରାଓ(୬୫) ଗତ ୦୩ ଏପ୍ରିଲରେ କୋଭିଡ ଭେକ୍ସିନ ନେଇଥିଲେ । ତା ପରଦିନ ଠାରୁ ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ଗତକାଲି ସୋମବାର ରାତି ୧୦ଟା ସମୟରେ ବେସି ଅସୁସ୍ଥତା ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ଆଣିଥିଲେ। ହେଲେ ଏଠାରେ ପରୀକ୍ଷା କରିବା ପରେ ସେ କୋଭିଡ ପଜିଟିଭ ଥିବା ଜାଣିବାକୁ ପାଇଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବୁର୍ଲ୍ଲା କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଦୁଃଖର ବିଷୟ ସେଠାରେ ବେଡ଼ ନମିଳିବାରୁ ତାଙ୍କୁ ଉଚିତ ଚିକତ୍ସା ମିଳି ପାରିନଥିବା ପରିବାର ଲୋକେ କହିଛନ୍ତି । ଏଭଳି ସ୍ଥିତିରେ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ସେ ଦୀର୍ଘ ୯ଘଣ୍ଟା ପର୍ୟ୍ୟନ୍ତ ମୃତ୍ୟ ସହ ସଂଗ୍ରାମ କରି ଶେଷରେ ଆଜି ସକାଳ ଭୋର ୪ଟା ସମୟରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ସଂକଳ୍ପ ପରିବାରର ସାହାଯ୍ୟରେ ଆଜି ବରଗଡ଼ କୋଭିଡ ସ୍ୱର୍ଗଦ୍ୱାରରେ ସସମ୍ମାନେ ତାଙ୍କର ଶବ ସତ୍କାର କରାଯାଇଥିଲା । ମୃତ୍ୟୁ ପରେ ତାଙ୍କ ପଛରେ ସେ ତାଙ୍କର ସ୍ତ୍ରୀ କୃଷ୍ଣା ରାଓଙ୍କ ସମେତ ଚାରି ପୁଅ ଝିଅଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ଏପରି ଆକସ୍ମିକ ମୃତ୍ୟୁରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ଏବଂ ଜିଲ୍ଲାରେ ସରକାରୀ କ୍ଷେତ୍ରରେ କୋଭିଡ ଚିକିତ୍ସାର ଅବହେଳା କାରଣରୁ ବୁଦ୍ଧିଜୀବୀ ମହଲରେ ଦେଖାଦେଇଛି । ଶବ ସତ୍କାର କରିବା ସମୟରେ ସଂକଳ୍ପ ପରିବାର ତରଫରୁ ଉପସଭାପତି ଜି. ରମେଶ, ବିକାଶ ଅଗ୍ରୱାଲ, ନିଧାନ ଦନ୍ତା, ନିଲେସ ପଧାନ, ସନ୍ଦୀପ ସେଠ ଓ ତାଙ୍କର ପୁଅ ସଂଜୀବ ରାଓ ସମେତ ଯୁବ ନେତା ନିପନ ଦାସ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.