କୋଭିଡ୍‌-୧୯ ନିୟମ ଉଲ୍ଲଂଘନ : ଅରବାଜ ଖାନ୍‌ ଏବଂ ସୋହଲି ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ : କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ‌ମୁମ୍ବାଇ ମୁନିସିପାଲିଟି କର୍ପୋରେସନ(ବିଏମ୍‌ସି) ଅଭିନେତା ଅରବାଜ ଖାନ୍‌ ଏବଂ ସୋହଲି ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ବିଏମ୍‌ସିର ଡାକ୍ତରଖାନା ଅଧିକାରୀଙ୍କ ଅଭିଯୋଗ ଅନୁସାରେ ଅରବାଜ ଖାନ୍‌, ସୋହଲି ଖାନ୍‌ ଓ ନିର୍ବାଣ ଖାନ୍‌ ଗତ ଡିସେମ୍ବର ୨୫ରେ ଦୁବାଇରୁ ମୁମ୍ବାଇ ଫେରିଥିଲେ । ସେମାନେ ନିୟମ ମୁତାବକ ନିଜକୁ ପୃଥକ ବାସରେ ନରଖି ସିଧାସଳଖ ଘରକୁ ଯାଇଥିଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେମାନଙ୍କୁ ଏକ ହୋଟେଲ୍‌ରେ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଥିଲା । ସେମାନେ କି‌ନ୍ତୁ ସିଧା ଘରକୁ ପଳାଇଥିଲେ ।

Leave A Reply

Your email address will not be published.