ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୬୪୭ : ଖୋର୍ଦ୍ଧାରେ ସର୍ବାଧିକ ୧୧୮୯, ବଲାଙ୍ଗିରରେ ୨୩୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତିନି ଦିନ ଧରି ରାଜ୍ୟରେ ୬ ହଜାର ଉପରକୁ ରହିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କମିବାର ନାଁ ନେଉନାହିଁ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭୯୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪୧, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧, ବଲାଙ୍ଗିରରୁ ୨୩୪, ବୌଦ୍ଧରୁ ୩୯, କଟକରୁ ୩୩୬, ଦେବଗଡ଼ରୁ ୩୪, ଢେ଼ଙ୍କାନାଳରୁ ୩୪, ଗଜପତିରୁ ୯୬, ଗଂଜାମରୁ ୧୬୧, ଜଗତସିଂହପୁରରୁ ୬୫, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୩୪୩, କଳାହାଣ୍ଡିରୁ ୩୬୧, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, କେଉଁଝରରୁ ୧୮୩, ଖୋର୍ଦ୍ଧାରୁ ୧୧୮୯, କୋରାପୁଟରୁ ୬୭, ମାଲକାନଗିରିରୁ ୧୭, ମୟୁରଭଂଜରୁ ୧୨୨, ନବରଂଗପୁରରୁ ୨୨୪, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୫୫୯, ପୁରୀରୁ ୩୦୬, ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୧୭୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୭୮୮ ଓ ଷ୍ଟେଟ ପୁଲ୍‌ରୁ ୨୬୬ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୦୪ ରହିଛି ।

Leave A Reply

Your email address will not be published.