oom

ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୪୭ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ରମାଗତ ଭାବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୪୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୨୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୫୧୮ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୯, ବାଲେଶ୍ୱରରୁ ୨୩, ବରଗଡ଼ରୁ ୩୨, ଭଦ୍ରକରୁ ୭, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୩୭, କଟକରୁ ୧୦୫, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪୦, ଗଂଜାମରୁ ୧୭, ଜଗତସିଂହପୁରରୁ ୫୪, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୪୯, କେଉଁଝରରୁ ୪୧, ଖୋର୍ଦ୍ଧାରୁ ୨୦୬, କୋରାପୁଟରୁ ୨୬, ମାଲକାନଗିରିରୁ ୧୧, ମୟୁରଭଂଜରୁ ୭୧, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩୮, ପୁରୀରୁ ୨୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୨୪, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୯୬, ଷ୍ଟେଟ୍‌ ପୁଲ୍‌ ୨୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି । ଏବେ ମାତ୍ର ୧୬୫୧୨ ଜଣ ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.