ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେନ୍ଟାଇନ୍ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୭୮ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୨୬, ବରଗଡ଼ରୁ ୫୩, ଭଦ୍ରକରୁ ୨୧, ବଲାଙ୍ଗିରରୁ ୮୦, ବୌଦ୍ଧରୁ ୩୫, କଟକରୁ ୧୩୨, ଦେବଗଡ଼ରୁ ୮, ଢେଙ୍କାନାଳରୁ ୩୯, ଗଜପତିରୁ ୧୩, ଗଂଜାମରୁ ୩୩, ଜଗତସିଂହପୁରରୁ ୭୯, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୫୪, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୧୦୫, କେଉଁଝରରୁ ୫୧, ଖୋର୍ଦ୍ଧାରୁ ୧୫୮, କୋରାପୁଟରୁ ୩୫, ମାଲକାନଗିରିରୁ ୫୩, ମୟୁରଭଂଜରୁ ୪୨, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୨୩, ନୂଆପଡ଼ାରୁ ୮୯, ପୁରୀରୁ ୫୮, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୩୨, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୦୬, ଷ୍ଟେଟ୍ ପୁଲ୍ ୩୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଏକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି । ଏବେ ମାତ୍ର ୧୭୮୮୬ ଜଣ ରାଜ୍ୟରେ ଏକ୍ଟିଭ୍ ଆକ୍ରାନ୍ତ ରହିଥିବା ସୂଚନାରେ କୁହାଯାଇଛି ।