ଗତ ୨୪ ଘଂଟାରେ ଓଡ଼ିଶାରେ ପୁଣି ୩୨୧୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୨୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୬, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୩୬, କଟକରୁ ୪୦୦, ଢେଙ୍କାନାଳରୁ ୩୭, ଗଜପତିରୁ ୨୭, ଗଂଜାମରୁ ୧୬୯, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୧୭, ଝାରସୁଗୁଡ଼ାରୁ ୬୦, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୨, କେନ୍ଦ୍ରାପଡ଼ାରୁ ୫୭, କେଉଁଝରରୁ ୧୦୨, ଖୋର୍ଦ୍ଧାରୁ ୭୩୧, କୋରାପୁଟରୁ ୯୦, ମାଲକାନଗିରିରୁ ୧୩, ମୟୁରଭଂଜରୁ ୧୩୭, ନବରଂଗପୁରରୁ ୫୫, ନୟାଗଡରୁ ୬୨, ନୂଆପଡ଼ାରୁ ୪୯, ପୁରୀରୁ ୨୧୭, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୭୮, ସୋନପୁରରୁ ୨୬ ଓ ସୁନ୍ଦରଗଡ଼ରୁ ୬୦ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୮୦୭୭୦ ଜଣ । ୨୮୪୪୩ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.