pr

ବ୍ଲକ୍‌ ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ୍‌ର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀମତୀ ସନ୍ତୋଷିନୀ ସେଠୀ, ବ୍ଲକ୍‌ ଶିକ୍ଷାଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ କୁମାର ଖମାରୀ ଫୁଲତୋଡ଼ା ଅର୍ପଣ ପୂର୍ବକ ସ୍ୱାଗତ କରି ତାଙ୍କ ନେତୃତ୍ୱରେ ବ୍ଲକ୍‌ ଶିକ୍ଷା ବ୍ୟବସ୍ଥା ସହ ଶିକ୍ଷକଙ୍କ ସମସ୍ୟାର ସମାଧାନ କିପରି ହୋଇପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଆସନ୍ତା ପଦୋନ୍ନତି ଓ ରେସ୍‌ନାଲାଇଜେସନ୍‌ କିପରି ସୁରୁଖୁରୁରେ ହୋଇପାରିବା ସଂଗେ ସଂଗେ ଶିକ୍ଷକ ଅନ୍ୟାନ୍ୟ କାର୍ଯ୍ୟ ଯଥା ଏମ୍‌ଏସିପି. ଇତ୍ୟାଦି ଉପରେ ଧ୍ୟାନ ଦେବା ପାଇଁ ଶିକ୍ଷା ଅଧିକାରୀଙ୍କୁ ତାଙ୍କ ବକ୍ତବ୍ୟରେ ଅନୁରୋଧ କରିଥିଲେ । ବ୍ଲକ୍‌ ଶିକ୍ଷକ ସଂଘର ସଭାପତି ରାଜକୁମାର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସଂଘର ସଂପାଦକ ମୁସୁରୁ ଛତ୍ରିଆ, ବରିଷ୍ଠ ଶିକ୍ଷକ ଆଶିଷ କୁମାର ମିଶ୍ର, ଅକ୍ଷୟ କୁମାର ପାଢ଼ୀ, ବିଷ୍ଣୁ ସାହୁ, ଧୀବର ବିଶ୍ୱାଳ, କମଳ ଲୋଚନ ସାହୁ, ଗଣେଶ ପଣ୍ଡା, ମହେଶ ମଲ୍ଲିକ, ବନବିହାରୀ ସେଠ, ପ୍ରକାଶ ବାରିକ ପ୍ରମୁଖ ଯୋଗଦାନ କରିଥିଲେ ।

nrusinghnath
Leave A Reply

Your email address will not be published.