ବୌଦ୍ଧ ଜିଲ୍ଲାରେ ଆଜି ୪୯ ନୂଆ କରୋନା ପଜିଟିଭ ଚିହ୍ନଟ : ଜିଲ୍ଲାର ୪୨୯ ପଜିଟିଭ ମଧ୍ୟରୁ କେବଳ ନାରାୟଣନଗର ଗ୍ରାମରେ ୨୧୬ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନାମତେ ବୌଦ୍ଧ ଜିଲ୍ଲାରେ ଆଜି ୪୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ପଜିଟିଭ ବ୍ୟକ୍ତି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ଗ୍ରାମର ବୋଲି ସିଡିଏମଓ ତ୍ରିଲୋଚନ ପ୍ରଧାନ କହିଛନ୍ତି । ଜିଲ୍ଲାରେ ପୂର୍ବରୁ ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୪୯ ଜଣକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୨୯ । ତେବେ ନାରାୟଣନଗର ଗ୍ରାମରେ ପୂର୍ବରୁ ପଜେଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଥିଲା, ୧୫ ତାରିଖରେ ୧୧୫ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜିର ୪୯ ଆକ୍ରାନ୍ତକୁ ମିଶାଇ ଗ୍ରାମର ସଂଖ୍ୟା ୨୧୬କୁ ଛୁଇଁଛି । ବର୍ତ୍ତମାନ ନାରାୟଣ ନଗର ଗ୍ରାମ କରୋନାର ହଟସ୍ପଟ୍‌ ସାଜିଛି । ଗ୍ରାମର ସମସ୍ତ ବ୍ୟକ୍ତିଙ୍କ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଛି । ପ୍ରଶାସନ ପକ୍ଷରୁ ଗ୍ରାମରେ ୧୪୪ ଧାରା ଜାରି କରାଯାଇଛି ।

Leave A Reply

Your email address will not be published.