ବଲାଙ୍ଗିର ଜିଲ୍ଲାରେ ଆଜି ୩୭ ଚିହ୍ନଟ : ୧୫ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୫ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ହାତୀଶାଲପଡ଼ାରୁ ୧, ତାଲପାଲିପଡ଼ାରୁ ୨, ବରପାଲିପଡ଼ାରୁ ୪, ତେଲିଗୋଠପଡ଼ାରୁ ୧, ଟିକ୍ରାପଡ଼ାରୁ ୪, ମାଲପଡ଼ାରୁ ୧, ବାଦୀପଡ଼ାରୁ ୧, ରାଜୀବନଗରରୁ ୧ ଚିହ୍ନଟ ତାଲିକାରେ ରହିଛନ୍ତି । ସେହିପରି ଗ୍ରାମାଂଚଳର ଆଗଲପୁର ବ୍ଲକର ଝରନୀପାଲିରୁ ୧ ଓ ବାବୁପାଲିରୁ ୧, ଟିଟିଲାଗଡ଼ ବ୍ଲକ୍‌ ଡଙ୍ଗରପଡ଼ାରୁ ୧, ଟିଟିଲାଗଡ଼ ଠିକାଦାରପଡ଼ାରୁ ୮, ଦେଓଗାଁ ବ୍ଲକ ବନ୍ଧପାଲିରୁ ୧ ଓ ମୁଡ଼ସିଂଗରୁ ୧, ଗୁଡ଼ଭେଲା ବ୍ଲକ ସମରାରୁ ୨, ଖପ୍ରାଖୋଲ ବ୍ଲକ୍‌ ଲୁହାସିଂହାରୁ ୫ ଓ ମୁରିବାହାଲ ବ୍ଲକ୍‌ ସାନଝଲବାହାଲିରୁ ୧ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଜଣେ ମହିଳା କୋଭିଡ଼ ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଥିବା ଖବରରେ କୁହାଯାଇଛି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ ମହିଳା ରହିଛନ୍ତି ।

Leave A Reply

Your email address will not be published.