ବେଲଗାଁ ୨୪ ଘଣ୍ଟା ଓ କରମତଲାରେ ୭୨ ଘଣ୍ଟା ସଟ ଡାଉନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବେଲଗାଁ ସରପଞ୍ଚ ଶିର ରଣା ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଯାଇଛି । ଜାରି ହୋଇଥିବା ସମସ୍ତ ନିୟମକୁ ମାନିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ସେହିପରି କରମତଲା ପଞ୍ଚାୟତ ଗୁରମୁନିଗାଁରେ ଜଣେ ଯୁବକ କରୋନା ଚିହ୍ନଟ ହୋଇଥିବା ଜାଣିବା ପରେ ସ୍ଥାନୀୟ ସରପଞ୍ଚ ହିମାଞ୍ଚଲ ବୁଡେକ ୭୨ ଘଣ୍ଟା ପାଇଁ ସଟଡାଉନ ମଧ୍ୟ କରିଛନ୍ତି । ତେବେ ଉକ୍ତ ଗ୍ରାମକୁ ସ୍ୱାବ ଷ୍ଟେଟ ପାଇଁ ଡାକ୍ତରୀ ଦଳ ପହଂଚି ସଂଗ୍ରହ କରିଛନ୍ତି ଏବଂ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

Leave A Reply

Your email address will not be published.