ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଉତ୍କଳ ଦିବସ, ସ୍ୱାଧୀନତା ଦିବସରେ ଦିଆଯାଉଥିବା ବିଜ୍ଞାପନ ଚଳିତ ବର୍ଷ ବନ୍ଦ ନେଇ ଅସନ୍ତୋଷ

ଭୁବନେଶ୍ୱର, (ରବି ରଥ) : ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରକାଶ ପାଉଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ୧୪୮ଟି ସମ୍ବାଦପତ୍ରକୁ ରାଜ୍ୟ ସରକାର ଅନୁମୋଦନ କରି ବିଜ୍ଞାପନ ପ୍ରଦାନ କରିଥାନ୍ତି । କରୋନା ଯୋଗୁଁ ଉକ୍ତ ସମ୍ବାଦପତ୍ରଗୁଡ଼ିକ ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହେଉଥିବା ବେଳେ ହଠାତ୍‌ ସରକାରଙ୍କ ପକ୍ଷରୁ ଏହି ସମ୍ବାଦପତ୍ରଗୁଡ଼ିର ବିଜ୍ଞାପନ ଦର ହ୍ରାସ କରିବା ଏବଂ ପୂର୍ବରୁ ଯେଉଁ ଉତ୍କଳ ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ୮୫୦ ସ୍କୋୟାର ସିଏମର ଡିସପ୍ଲେ ବିଜ୍ଞାପନ ଦିଆଯାଉଥିଲା, ଚଳିତ ବର୍ଷ ସେଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ଯୋଗୁଁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ସଂଗଠନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଭିଡିଓ ସମ୍ମିଳନୀରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।
ଶ୍ରୀ ରଥ କହିଛନ୍ତି ଯେ, କରୋନା ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ଖବରକାଗଜ ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଇତିମଧ୍ୟରେ ବହୁ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ବାଧା ଉପୁଜିବା ସହିତ ସାମ୍ବାଦିକ, କର୍ମ·ରୀମାନଙ୍କୁ ଛଟେଇ ସହିତ ଉପଯୁକ୍ତ ପାରିଶ୍ରମିକ ଦିଆଯାଇ ପାରୁନାହିଁ । ·କିରୀ ·ଲିଯିବା ଭୟରେ ସାମ୍ବାଦିକମାନେ ପ୍ରତିବାଦ କରି ପାରୁନାହାନ୍ତି । ଅଜାଗା ଘା’ ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ, ରାଜ୍ୟ ସରକାର ରାଜ୍ୟରୁ ପ୍ରକାଶ ପାଉଥିବା ୮୨ଟି ଦୈନିକ ସମ୍ବାଦପତ୍ରକୁ ଅନୁମୋଦନ କରିଥିବା ବେଳେ ୫ଟି ଦୈନିକ ସମ୍ବାଦପତ୍ରକୁ ଛାଡ଼ିଦେଲେ ପ୍ରାୟ ୧୫ରୁ ଊଦ୍ଧ୍ୱର୍ ଦୈନିକ ସମ୍ବାଦପତ୍ର ବୃହତ ସମ୍ବାଦପତ୍ର ଦାବୀ କରି ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ନେଉଛନ୍ତି । ଏ କ୍ଷେତ୍ରରେ କ୍ଷୁଦ୍ର ସମ୍ବାଦପତ୍ରଗୁଡ଼ିକୁ ପୂର୍ବରୁ ପାଉଥିବା ବିଜ୍ଞାପନକୁ ବନ୍ଦ କରି ଦିଆଯାଇଥିବାରୁ ସମ୍ପାଦକମାନେ କ୍ଷୋଭ ପ୍ରକାଶ କରିବା ସହ ଏହି ସମ୍ବାଦପତ୍ରକୁ ବନ୍ଦ କରିଦେବା ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରିଥିଲେ ।
ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକଙ୍କ ଚିଠି ନଂ ୪୯୨୮/ତା.୨୯.୪.୨୦୨୦ଙ୍କ ନୋଟିସ କଟା ଘା’ରେ ଚୁନ ସଦୃଶ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ଉପରେ ବଜ୍ରପାତ ଭଳି ହୋଇଛି । ବିଜ୍ଞାପନରେ ଅଘୋଷିତ କଟତି ସମ୍ପର୍କରେ ବିଭାଗ କର୍ତ୍ତୃପକ୍ଷ ନୋଟିସ ଜାରି କରି ଅର୍ଦ୍ଧାଧିକ ପରିମାଣ ହ୍ରାସ କରିଛନ୍ତି । ତେଣୁ ଏହି ନିର୍ଦ୍ଦେଶନାମାର ପୁନଃବି·ର କରାଯାଉ ବୋଲି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ଶାଖାର ସଭାପତି ରବି ରଥ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ରଥ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ନିର୍ଦ୍ଦେଶକ, ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତାଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଏଠାରେ ଉଲ୍ଳେଖ କରାଯାଇପାରେ, ବଡ଼ ବଡ଼ ଖବର କାଗଜଗୁଡ଼ିକ ବହୁ ପରିମାଣରେ ସରକାରୀ, ବେସରକାରୀ, କର୍ପୋରେଟ ହାଉସର ବିଜ୍ଞାପନ ପାଇଥାନ୍ତି । କେବଳ କୋଭିଡ ବିଜ୍ଞାପନ ବାବଦରେ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଦୈନିକ ଲକ୍ଷାଧିକ ଟଙ୍କାର ଆୟ କରିଛନ୍ତି । କିନ୍ତୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କେବଳ ବିଭିନ୍ନ ସ୍ମରଣୀୟ ଦିବସରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବାର୍ତ୍ତା ଛଡ଼ା ଆଉ କିଛି ଦିଏ ନାହିଁ । ତେଣୁ ଏ ଦୃଷ୍ଟିକୋଣରୁ ଓଡ଼ିଶାରେ ବିଭିନ୍ନ ଅଂଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ବଂଚାଇ ରଖିବା ପାଇଁ ସରକାର ଏହି ନିଷ୍ପତ୍ତିର ପରିବର୍ତ୍ତନ କରିବା ପାଇଁ ଆମେ ଅନୁରୋଧ କରୁଅଛୁ ବୋଲି ଶ୍ରୀ ରଥ ମତ ଦେଇଛନ୍ତି ।
ଏହି ଭିଡ଼ିଓ ସମ୍ମିଳନୀ ଆଲୋଚନାରେ ସଂଗଠନର ସାଧାରଣ ସମ୍ପାଦକ ଜଗଦୀଶ ମିଶ୍ର, ସଂଗଠନର ବରିଷ୍ଠ ନେତା ବିନୋଦ ମହାପାତ୍ର, ପ୍ରଦୀପ୍ତ କୁମାର ପରିଡ଼ା, ଦୈନିକ ପ୍ରଶାନ୍ତର ସମ୍ପାଦକ ପ୍ରଦୀପ କୁମାର ଦାଶ, ଦୈନିକ ତୀର୍ଥକ୍ଷେତ୍ରର ସମ୍ପାଦକ ପୁରୁଷୋତ୍ତମ ପଲାଇ, ଦୈନିକ ଲୋକକଥାର ସମ୍ପାଦକ ଗିରିଧାରୀ ପଟ୍ଟନାୟକ, ଦୈନିକ କାଳାନ୍ତରର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ, ଦୈନିକ ଅଗ୍ନିଶିଖାର ସମ୍ପାଦକ ଅର୍ଜୁନ ରଞ୍ଜନ ପଣ୍ଡା, ସଂଗଠନର ଉପସଭାପତି ଭଜରାମ ମହାପାତ୍ର, ରମାକାନ୍ତ ପରିଜା, ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ସରୋଜ ରଞ୍ଜନ ପଟ୍ଟନାୟକ, ନୃସିଂହ ଚରଣ ବାରିକ, ସ୍ୱୀକାରର ସମ୍ପାଦକ ହେମନ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ ସ୍ୱାଇଁ, ସୁକଦେବ ପରିଡ଼ା, ବିବେକାନନ୍ଦ ରାୟ, ତପନ କୁମାର ଲେଙ୍କା, ରବିନ୍ଦ୍ର କୁମାର ମହାରଣା, ସବିତା ମିଶ୍ର, ଚନ୍ଦ୍ରକାନ୍ତ ସୂତାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.