ଆଗଲପୁର ବ୍ଲକରେ କୋରନା ଆକ୍ରାନ୍ତ ବୃଦ୍ଧିକୁ ନେଇ ଲୋକେ ଆତଙ୍କିତ

ଆଗଲପୁର (ଦେବାଶିଷ ପଧାନ ) : ଆଗଲପୁର ବ୍ଲକରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି ଛ ବିଶେଷକରି ଆଗଲପୁର ଗ୍ରାମରେ କୋରନା ପୋଜେଟିଭ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଆଜି ମଧ୍ୟ ବ୍ଲକର ଝରଣିପାଲି ଓ ବାବୁପାଲିରେ ଦୁଇଜଣ ପୋଜେଟିଭ ଚିହ୍ନଟ ହେବା ପରେ ଲୋକମାନେ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି । ଏହିଅଞ୍ଚଳରେ ଜନସାଧାରଣ ମାସ୍କ ପିନ୍ଧୁନଥିବାର ଦେଖାଯାଉଛି । ତେଣୁ ପ୍ରଶାସନ ଓ ପୋଲିସ ଦୁଷ୍ଟିଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.