om academy

ଭୋକରେ ଓଡିଶା : ଆମେ ତ’ ଭାଗ୍ୟବାନ ପିଲାରେ ..ଆଉକେ ଆମ ପରି ଥିଲାରେ….

jsm

“ଦେଶର ଆତ୍ମା ଗାଁରେ ରହିଛି । ଦେଶର ଭବିଶ୍ୟତ ଶିଶୁମାନଙ୍କ ପାଖେ ଛପି ରହିଛି ।’ ଏ ଉକ୍ତିକୁ ଭାରତ କାହିଁକି ସାରା ବିଶ୍ୱ ପ୍ରଧାନ୍ୟ ଦେଇ ଆସୁଛି । ସବୁକ୍ଷେତ୍ରରେ କେନ୍ଦ୍ର ହେଉ ଅବା ରାଜ୍ୟ ସରକାର, ଶିଶୁର ଯତ୍ନ ଠାରୁ ଶିକ୍ଷା ପର୍ଯ୍ୟନ୍ତ ଶିଶୁର ବିକାଶ ପାଇଁ ଶହ ଶହ ଯୋଜନା ପ୍ରଣୟନ କରୁଛନ୍ତି । ଶିଶୁ କ୍ଷେତ୍ରକୁ ଆମେ ନିରେଖିଲେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସରକାର ଅଙ୍ଗିକାରବଦ୍ଧ । ଶିକ୍ଷାକୁ ସମସ୍ତଙ୍କ ପାଖେ ପହଂଚାଇବା ବାସ୍ତବମୁଖୀ । ମାତ୍ର ଏସବୁ ଅନେକ କାରଣ ଓ ସରକାରଙ୍କ ଅବହେଳା ନେଇ ଫେଲ୍‌ ମାରିଛି । ଗୁଣାତ୍ମକ ଶିକ୍ଷା ଅପହଂଚ ହୋଇପଡିଛି । ବାସ୍ତବମୁଖୀରୁ ଦୂରେଇ ଯାଇଛି । ଶିକ୍ଷା ବ୍ୟବସ୍ଥାର ଘରୋଇକରଣ ଓ ବ୍ୟବସାୟୀକରଣ କାରଣ ନେଇ ସରକାରଙ୍କ ବାସ୍ତବତା ଅସଲ୍‌ ଚିନ୍ତନ ଠାରୁ ବାଟ ହୁଡି ପଡିଛି । ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓଲଟ ପାଲଟ ହୋଇ ପଡିଛି । ଧନୀ ଓ ଗରିବମାନଙ୍କର ବିଦ୍ୟା ଶିକ୍ଷା ଗ୍ରହଣରେ ସମାନତାର ତାଳମେଳ ରହୁନାହିଁ । ଯା’ର ଟଙ୍କା ରହିଛି ତା’ ପାଖେ ଶିକ୍ଷା ଅଧିକାର ଅଛି । ବିଭାଗର ଫାଇଲ ·ଷରେ ଶିକ୍ଷା ଅଧିକାର ·ଲିଛି । ଗରିବକୁ ଶିକ୍ଷାରୁ ବିଚ୍ୟୁତି କରିବାର ବ୍ୟୁହ ରଚନା କରାଯାଇଛି । ଶହ ଶହ ବେସରକାରୀ ଶିକ୍ଷାନୁଷ୍ଠାନ ନିଜ ନିଜର ବ୍ୟବସାୟକୁ ଆଖି ଆଗେ ରଖି ବଢାଇବାରେ ଲାଗି ପଡିଛନ୍ତି । ସରକାରୀ ସ୍କୁଲରେ ଦୀନହୀନ ଗରୀବ କୁଲି ମଜୁରି କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିଙ୍କ ପିଲାମାନେ ପଢୁଥିବା ବେଳେ ବେସରକାରୀ ସ୍କୁଲରେ ବାବୁ ଭାୟାମାନେ ତାଙ୍କ ଛୁଆମାନଙ୍କୁ ପାଠ ପଢାବାରେ ବ୍ୟସ୍ତ । ତାହା ପୁଣି ସରକାରୀ ଓ ବେସରକାରୀ ସ୍କୁଲ ଛୁଆମାନଙ୍କର ବହି ପତ୍ର ଉପରେ ଅନେକ ପାର୍ଥକ୍ୟ ରହିଛି । ସରକାରୀ ସ୍କୁଲ ଉପରେ ଦେଖିଲେ ଶିକ୍ଷାକୁ ସାର୍ବଜନୀନ କରିବା ନେଇ ଅନେକ ଯୋଜନା କରାଯାଇଛି । ଶିକ୍ଷା ଅଧିକାର ନିୟମାନୁସାରେ ପ୍ରତି ୩୦ ଜଣ ଛାତ୍ରରେ ଜଣେ ଶିକ୍ଷକ, ମଧ୍ୟାହ୍ନ ଭୋଜନ, ମାଗଣା ବହିପତ୍ର, ପୋଷାକ ଯୋଗାଣ, ଅଣ୍ଡା ଯୋଗାଣ ସମେତ ଅଷ୍ଟମ କ୍ଲାସ ଯାଏଁ ନାମମାତ୍ର ପରୀକ୍ଷାରେ ପାସ୍‌ ପ୍ରଭୃତି ଆଇନର ପ୍ରଣୟନ ହୋଇଛି । ଘରୋଇ ସ୍କୁଲମାନଙ୍କରେ ୨୫ ପ୍ରତଶତ ଗରିବ ପିଲାଙ୍କ ସମସ୍ତ ପଢାଖର୍ଚ୍ଚ ସରକାର ନିଜେ ବହନ କରୁଛନ୍ତି; ଯାହାକି ଅନେକ ଲୋକଙ୍କ ଅଭିଯୋଗ ରହିଛି ଘରୋଇ ସ୍କୁଲର ଏପ୍ରକାର ସୁଯୋଗ ପ୍ରକୃତ ହିତାଧିକାରୀ ପାଇପାରୁ ନାହାନ୍ତି । ଏହା ପରେବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ଥ ହେଇ ପଡିଛି । ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା କ୍ଷେତ୍ରକୁ ନେଇ ଅର୍ଥ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଖୋଲା ରଖିଥିବା କଥା ଡିଣ୍ଣିମି ପିଟା ଯାଉଥିବା ବେଳେ ଉଚିତ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ବହିପତ୍ର ତଥା ପୋଷାକ ଯୋଗାଇବା ଆଦିରେ ଅନେକାଂଶରେ ବିଫଳ ହେଉଛନ୍ତି । ତଥ୍ୟରୁ ଜଣାପଡେ, ୬୦ ପ୍ରତିଶତ ଶିକ୍ଷକ ଖାଲି ପଦବୀ ଥିବା ବେଳେ ୨୦ପ୍ରତିଶତ ସ୍କୁଲରେ ପାଂଚଟି କ୍ଲାସରେ ଜଣେ ଶିକ୍ଷକ ରହୁଛନ୍ତି । ଠିକ୍‌ ସେଭଳି ୪୦ ପ୍ରତିଶତ ସ୍କୁଲ ମାନଙ୍କରେ ପାଂଚଟି ଶ୍ରେଣୀ ପାଇଁ ପାଂଚଟି କୋଠରୀ ନାହିଁ । ପ୍ରାଥମିକ ଶିକ୍ଷା ଏପ୍ରକାର ସମସ୍ୟାରେ ଗତି କରୁଥିବା ବେଳେ ୬୦ ପ୍ରତିଶତ ଗ୍ରାମାଂଚଳ ପିଲା ଆଜି ଅଧାରୁ ସ୍କୁଲ ଆଉ ଯାଉ ନାହାନ୍ତି । ଯାହା ଶିକ୍ଷା ଅଧିକାର ଆଇନର ଏକ ସ୍ଲୋଗାନ ଭଳି ମନେହୁଏ ।
ଶିଶୁବିକାଶ ଯୋଜନାକୁ ଲକ୍ଷ୍ୟ କଲେ ରାଜ୍ୟ ସରକାର ଶିଶୁମାନଙ୍କ ଶାରିରୀକ, ମାନସିକ, ବୌଦ୍ଧିକ ବିକାଶ ଲାଗି ସମନ୍ୱିତ ଶିଶୁବିକାଶ ଯୋଜନା ମାଧ୍ୟମରେ ବିପୁଳ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି । ୬ମାସରୁ ୩ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଅଂଗନୱାଡ଼ି କେନ୍ଦ୍ର ଜରିଆରେ ରନ୍ଧାଖାଦ୍ୟ, ଖେଚୁଡି, ଡାଲମା, ଅଣ୍ଡାରୁ ଆରମ୍ଭକରି ଛତୁଆ, ଲଡ଼ୁ ପର୍ଯ୍ୟନ୍ତ ଦେଉଥିବା ବେଳେ ପ୍ରୋଟିନଯୁକ୍ତ ଡବା ଖାଦ୍ୟମାନ ଯୋଗାଇ ଦେଉଛନ୍ତି । ମାସ ଓ ବୟସ ଅନୁସାରେ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଶିଶୁର ଘରକୁ ଯାଇ ଓଜନ ମାପି ଗ୍ରାମ୍ୟସ୍ୱାସ୍ଥ୍ୟ ଯୋଜନାରେ ଶିଶୁଙ୍କ ଚିକିତ୍ସା କରାଯାଉଥିବା ସତ୍ତେ୍ୱ ରାଜ୍ୟରେ ଶିଶୁ ମୃତ୍ୟୁହାରକୁ ରୋକାଯାଇ ପାରୁନାହିଁ ।
ଓଡିଶାର ଶିଶୁମାନେ ଏବେ ଅପପୃଷ୍ଟି ବଳୟରେ ରହି ଭୋକରେ ଓଡିଶା ନାମକୁ ଯଥାର୍ଥତା କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । କେନ୍ଦ୍ର ହେଉ ବା ରାଜ୍ୟ ସରକାର, ସର୍ବଦା ଶିଶୁ ପ୍ରତି ଅଣ ଦେଖା କରି ·ଲିଛନ୍ତି । ଶିଶୁବିକାଶ ଯୋଜନା ଠାରୁ ଶତାଧିକ ଯୋଜନା ପାଣି ଭଲି ବୁହାଇ ଦେଉଛନ୍ତି , କିନ୍ତୁ ସବୁ ପାଣିରେ ମିଳେଇ ଯାଉଛି । ଅନେକ ସ୍ଥାନରେ ଶିଶୁମାନେ କେତେବେଳ ଅପପୃଷ୍ଟିର ଶୀକାର ହେଉଛନ୍ତି ତ କେତେବେଳେ ଭିକ ମାଗି ପେଟ ପୋଷୁଛନ୍ତି । ଶିଶୁଙ୍କ ପ୍ରତି ଅତ୍ୟାଚାରର ତାଲିକା ଲମ୍ବି ·ଲିଛି । ଆମେ ତ’ ଭାଗ୍ୟବାନ ପିଲାରେ …ଅବା କାଳିଆ ଘୋଡାରେ ଚଢିବୁ….କବିତା ଏକ ପ୍ରହସନରେ ପରିଣତ ହୋଇ ଗଲାଣି । ରାଜ୍ୟମାନଙ୍କୁ ବାଦ୍‌ ଦିଆଯାଉ, ନିକଟରେ ଭାରତର ରାଜଧାନୀ ଦିଲ୍ଲିରେ ଭୋକରେ ମରିଛନ୍ତି ୩ ଟି ଶିଶୁ, ଯାହା ଦେଶ ପାଇଁ ଲଜ୍ଜ୍ୟାର ବିଷୟ । ବିଶ୍ୱ ସ୍ତରରେ ଭାରତର ପ୍ରଗତିର ପରିସଂଖ୍ୟାନ ହ୍ରାସର ପ୍ରସଂଗ ହୋଇପଡିଛି । ତଥ୍ୟ ଅନୁସାରେ ପ୍ରତି ଦିନ ୭ ହଜାର ଭାରତୀୟ ଶିଶୁ ଭୋକରେ ମରୁଛନ୍ତି । ପ୍ରତି ୧ମନିଟରେ ୫ଜଣ ଭୋକରେ ମାଟିରେ ମିଶି ଯାଆନ୍ତି । ଦେଖା ଯାଇଛି, ଏବେ ଭାରତୀୟ ଶିଶୁ ୨୧ କୋଟି ଅପପୃଷ୍ଟିର ଶିକାର ହୋଇଛନ୍ତି । ଓଡିଶାର ମାନଚିତ୍ରରେ ଦେଖିଲେ ଗାଁ ଗାଁ ରେ ଅପପୃଷ୍ଟି ଶିଶୁ ଦେଖିବାକୁ ମିଲୁଛି । ଗୋଟିଏ ପଟେ ଅଂଗନୱାଡି କର୍ମୀଙ୍କ ଫାଇଲରେ ଅପପୃଷ୍ଟି ଶିଶୁ କମି କମି ଆସୁଥିବା ସୁ·ଉ ଥିବାବେଳେ ପ୍ରକୃତ କ୍ଷେତ୍ରରେ ତାହା ବଢି ବଢି ·ଲିଛି । ଉତ୍ତର ପୂର୍ବ ଓଡିଶାର କଲିଙ୍ଗନଗର ନଗଡା ଠାରୁ ଆରମ୍ଭ କରି ଦକ୍ଷିଣର କୋରାପୁଟ ପଶ୍ଚିମ ଓଡିଶାର ବଲାଂଗିର ଜିଲା ଗୁଡଭେଲା ବ୍ଲକର ଠେଲ୍‌କୋଭେଲା ଗାଁ ପର୍ଯ୍ୟନ୍ତ ହଜାର ହଜାର ଶିଶୁ ଅପପୃଷ୍ଟିର ଶିକାରର ତାଲିକା ଲମ୍ବି ଚାଲିଛି । ନଗଡାର ଚିତ୍ର ଭଳି ପ୍ରତି ମାସ ଅନେକ ଘଟଣା ସାମ୍ନାକୁ ଆସୁଛି । ଏହି ସମୟରେ ରାଜ୍ୟ ସରକାର ଦାବି କରୁଛନ୍ତି, ଓଡିଶା ବିକାଶ କ୍ଷେତ୍ରରେ ଆଗକୁ ବଢୁଛି । ପ୍ରଗତିର ଚକ ଆଗକୁ ଆଗକୁ ଗଡି ·ଲିଛି ।
ଅନୁଧ୍ୟାନ ରିପୋର୍ଟରୁ ସୁ·ଏ, ରାଜ୍ୟରେ ଏବେ ବି ୧୦ ଲକ୍ଷରୁ ଅଧିକ ଶିଶୁ ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି । କେଉଁ ଶିଶୁ ଅପପୃଷ୍ଟିର ଶିକାର ହୋଇ ଅବହେଲିତ ଜୀବନ ବିତାଉଛି ତ’ ଆଉ କେହି ପ୍ରଥମ ଦ୍ୱିତୀୟ ଶ୍ରେଣୀ ପରେ ସ୍କୁଲ ଯିବା ଛାଡି ଗାଈଗୋରୁ ଚରେଇବା କାମରେ ଲାଗୁଛି । ନହେଳେ ବାଳ ଶ୍ରମିକ ଭାବେ ହୋଟେଲ-ଢାବାରେ ରହି ବାସନ ଧୋଉଛି । ଏହିପ୍ରକାର ଶିଶୁକୁ ଚିହ୍ନଟ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ·ଇଲ୍ଡ ଲାଇନ ବିଭାଗ କାମ କରୁଥିବା ସରକାର କହୁଛନ୍ତି । କିନ୍ତୁ ପ୍ରତି ସହରରେ, ବଜାର, ଛକ ସ୍ଥାନମାନଙ୍କରେ, ରେଳୱେ ଷ୍ଟେସନରେ ଶିଶୁମାନେ ଭିକ୍ଷା ବୃତ୍ତିକରୁଥୁବାର ସ୍ପଷ୍ଟ ଦେଖିବାକୁ ମିଳୁଛି । ସରକାରଙ୍କ ବହୁଳ ପ୍ରଚାରିତ ନାରା ହେଲା ସମସ୍ତେ ପଢିବେ – ସମସ୍ତେ ବଢିବେ । କିନ୍ତୁ ଏ ଉକ୍ତିକୁ ରାଜ୍ୟ କେତେଦୂର ସାର୍ଥକ କରି ପାରିଛି, ତାହା ସାଧାରଣରେ ସମସ୍ତେ ଅବଗତ ।
ସତ୍ୟ ବନ୍‌ଛୋର, ମୋ.ନଂ. : ୯୪୩୮୭୩୯୮୬୭

Leave A Reply

Your email address will not be published.