om academy

ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଡେଇଁଲା : ଆଜି ୧୯୭ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୧୪୦

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ଼୍‌ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩ ହଜାର ଡେଇଁଲା । ଆଜି ୧୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୪୧ ପଜିଟିଭ୍‌ ବାହାରିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଗାନ୍ଧୀନଗରପଡ଼ାରୁ ୩, ନେହେରୁନଗରରୁ ୨, ଇଚ୍ଛାପଡ଼ାରୁ ୧, ଖଦାଲପଡ଼ାରୁ ୨, ତୁଲସୀନଗରରୁ ୩, ଟିକ୍ରାପଡ଼ାରୁ ୭, ରୁଗୁଡ଼ିପଡ଼ାରୁ ୩, ବିବିଏଚ୍‌ସି ଛକ୍‌ରୁ ୩, ମହାଲକ୍ଷ୍ମୀନଗରରୁ ୧, ପେଲେସ୍‌ ଲାଇନ୍‌ରୁ ୪, ରେଡ଼ିଓ ଷ୍ଟେସନ କଲୋନୀରୁ ୧, ମନୋହରପୁରରୁ ୧, ଆନନ୍ଦନଗରରୁ ୪, ଇନ୍ଦିରାନଗରରୁ ୨, ପୋଲିସ କଲୋନୀରୁ ୩, ରୋୟାଲ ରେସିଡେନ୍ସିରୁ ୧, ତାଲପାଲିପଡ଼ାରୁ ୫, ଗୋକୁଲଧାମରୁ ୧, ବେହେରାପାଲିରୁ ୪, ରାଜୀବନଗରରୁ ୭, ସଦରଥାନାରୁ ୨, ମିଶନ ଫିଲ୍‌ଡ଼ରୁ ୨, ହାତୀଶାଲପଡ଼ାରୁ ୨, କଲେଜ ଛକରୁ ୧, ସାଗରପଡ଼ାରୁ ୫, ଏସ୍‌ପି ଅଫିସ୍‌ରୁ ୪, ବିବିଏମ୍‌ସିଏଚ୍‌ରୁ ୨, ସାର୍କିଟ ହାଉସ୍‌ ପାଖରୁ ୧, ଲାଲଟିକ୍ରାରୁ ୨, ବ୍ରାହ୍ମଣପଡ଼ାରୁ ୭, ଶାନ୍ତିପଡ଼ାରୁ ୧, ସୁଦପଡ଼ାରୁ ୩, ଆର୍‌ଟିଓ ଛକରୁ ୧୨, ପ୍ରତାପସାଗରପଡ଼ାରୁ ୧, ମାଲପଡ଼ାରୁ ୫, ରାମେଶ୍ୱରନଗରରୁ ୩, ଆୟୁରବେର୍ଦିକ କଲେଜରୁ ୨, ଓଲ୍‌ଡ଼ ପେଲେସ୍‌ରୁ ୧, ରେଡ଼ିଓ ଷ୍ଟେସନରୁ ୨, ଚନ୍ଦ୍ରଶେଖରନଗରରୁ ୨, ଆଇଟିଆଇ ପୋଲିଟେକ୍‌ନିକ୍‌ରୁ ୨, ରେଲୱେ ଷ୍ଟେସନ୍‌ ରୋଡ଼୍‌ରୁ ୧, ସାଲେପାଲିରୁ ୧, ରମାଇଟକିଜ୍‌ ରୋଡ଼୍‌ରୁ ୧, ଶାସ୍ତ୍ରୀନଗରରୁ ୧, ଆଦର୍ଶପଡ଼ାରୁ ୧, ରାଧାରଣୀପଡ଼ାରୁ ୧, ସିଭିଲ୍‌କୋର୍ଟରୁ ୨, କଦମ୍‌ପଡ଼ାରୁ ୧, ବରପାଲିପଡ଼ାରୁ ୩, ଆଲୋକନଗରରୁ ୧, ଗୋପାଲଜୀ ରୋଡ଼ରୁ ୨, ରାମଜୀପଡ଼ାରୁ ୨, ରାଜେନ୍ଦ୍ରପଡ଼ାରୁ ୨, କନ୍ଧପାଲିପଡ଼ାରୁ ୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ରୋତ୍‌ରୁ ୧, କୁଟାସିଂଗାରୁ ୧, ଡୁଙ୍ଗୁରିପାଲିରୁ ୧, ଆଗଲପୁରରୁ ୧, ପଟୁଆପାଲିରୁ ୧, ବଲାଙ୍ଗିର ବ୍ଲକ୍‌ ରତାଖଣ୍ଡିରୁ ୧, ଡୁମେରପାଲିରୁ ୨, ବରକାନୀରୁ ୧, ଚନ୍ଦନଭାଟିରୁ ୧, ବିଡ଼ିଘାଟରୁ ୨, ସଦେଇପାଲିରୁ ୧, ଝାଙ୍କରପାଲିରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଅଲଣ୍ଡାରୁ ୧, ଗନ୍ଧରାବନ୍ଧରୁ ୧, ବେଲପଡ଼ା ବ୍ଲକ୍‌ ଖଲିପଥରରୁ ୧, ଦେଓଗାଁ ବ୍ଲକ୍‌ ଅର୍ଜୁନପୁରରୁ ୧, ବନ୍ଧପାଲିରୁ ୧, ଗୁଡ଼ଭେଲା ବ୍ଲକ୍‌ ଜାମୁଟରୁ ୧, ଝାରଗାଁରୁ ୧, ଲୋଇସିଂହା ବ୍ଲକ୍‌ ନନ୍ଦପଡ଼ାରୁ ୧, ଶକ୍ତିନଗରରୁ ୫, ଅଗଲାପାଲିରୁ ୧, ଡୁମେରଝରନରୁ ୧, ବୁରୋମୁଣ୍ଡାରୁ ୧, ବୁଦେଲବାହାଲିରୁ ୧, ଲୋଇସିଂହାରୁ ୩, ମୁରିବାହାଲ ବ୍ଲକ୍‌ ନଇହାଝରରୁ ୧, ପାଟଣାଗଡ଼ ବ୍ଲକ୍‌ ଗଙ୍ଗାସାଗରରୁ ୧, କୁକୁଡ଼ାହାଡ଼ରୁ ୧, ପୁଇଁନ୍ତଲା ବ୍ଲକ୍‌ କଙ୍କରିଆରୁ ୧, ଭାଲେରରୁ ୧, ଅଙ୍କିରିଆପଦରରୁ ୧, କସାବାହାଲରୁ ୧, ସଇଁନ୍ତଲା ବ୍ଲକ୍‌ ଅଡର଼୍ିନାନ୍ସ ଫେକ୍‌ଟାରୀରୁ ୨, ରେଙ୍ଗାବାହାଲରୁ ୧, ବଡ଼ମାଲରୁ ୨, ସଇଁନ୍ତଲାରୁ ୧, ଟିଟିଲାଗଡ଼ ବ୍ଲକ୍‌ ବାନ୍ଧୁପଲାରୁ ୧, ତୁର୍‌ଲାରୁ ୧, ଖୋଲାନ୍‌ରୁ ୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଆଜିର ପ୍ରଦତ୍ତ ତାଲିକାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର କସୁରପଡ଼ାରୁ ଜଣେ ଓ ସୋନପୁର ଜିଲ୍ଲାର ତରଭାର କଁସରରୁ ଜଣେ ଏବଂ ତରଭା କୁମ୍ଭାରପଡ଼ାର ଜଣେ ସାମିଲ୍‌ ହୋଇଛନ୍ତି । ଜଣେ ପୁରୁଷ କୋଭିଡ଼୍‌ ଯୋଦ୍ଧା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ସମୁଦାୟ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ୩୦୬୬ ପଜିଟିଭ୍‌ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୮୫ ଏକ୍‌ଟିଭ୍‌ ଅଛନ୍ତି । ୧୯୬୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.