ବଲାଙ୍ଗିର ଜିଲ୍ଲାରେ ୧୦ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ଆଜିର ଆକ୍ରାନ୍ତ ତାଲିକାରେ ବଲାଙ୍ଗିର ପୌରାଂଚଳର ଗୋଟିଏ ବି ପଜିଟିଭ୍‌ ନାହାନ୍ତି । ଗ୍ରାମାଂଚଳରୁ ପାଟଣାଗଡ଼ ବ୍ଲକ୍‌ ବିନ୍ଧନ୍‌ପଦରରୁ ୧, ପାଟଣାଗଡ଼ରୁ ୩, ଟିଟିଲାଗଡ଼ରୁ ୧ ଏବଂ କଂଟାବାଂଜିରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଯାଏଁ ବଲାଙ୍ଗିର ଜିଲ୍ଲାରେ ୧୮୬୨ ଜଣ ପଜିଟିଭ୍‌ ବାହାରିଥିବାର ଥିବା ବେଳେ ୧୩୯୬ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.