କରୋନାର କରୁଣ ଚିତ୍ର : ସ୍କୁଲ ବନ୍ଦ ଯୋଗୁଁ ରାସ୍ତା କଡରେ ଛତୁ ବିକ୍ରି କରୁଛନ୍ତି ଛାତ୍ରଛାତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଅସହାୟ, ଗରିବ ନୀରିହ ଭଳି ଅନେକ ଲୋକଙ୍କ ପାଇଁ ପାଲଟିଛି ଅଭିଶାପ । ପେଟ ନାଇଁ ନାଟ । କିଏ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଛି ତ କିଏ ନିଜ ରାଜ୍ୟରେ କାମ କରୁଛି । ପାଠ ପଢ଼ା ବୟସରେ ବି ରାସ୍ତା କଡରେ ଛତୁ ବିକ୍ରି କରୁଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ଫପସି ନିକଟସ୍ଥ ଗୋଏଲଭାଡ଼ି ଛକରେ । ବୟସ ପାଖାପାଖି୧୨ ରୁ ୧୪ ହେବ । ଦୁଇ ଜଣ ଶିଶୁ । ସେମାନେ ହେଲେ ଗୋଏଲଭାଡ଼ି ଗ୍ରାମର । ଜଙ୍ଗଲରୁ ଛତୁ ସଂଗ୍ରହ କରି ନିଜ ପରିବାରର ବାପା ମା ଓ ନିଜର ପେଟପାଟଣା ପାଇଁ ରାସ୍ତା କଡରେ ଛତୁ ବିକ୍ରି କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀମାନେ ।କରୋନା ମହାମାରୀ ଯୋଗୁଁ ସ୍କୁଲ, କଲେଜ ଭଳି ଅନେକ ବିଦ୍ୟାପୀଠ ବନ୍ଦ ହୋଇଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ଅନନ୍ୟୋପାୟ ହୋଇ ଛତୁ ବିକା କାମରେ ଲାଗିଛନ୍ତି । ସ୍କୁଲ ଖୋଲୁନି, ତ ପାଠ ପଢ଼ିବାକୁ ବି ମନ ଲାଗୁନି; ତେଣୁ ବାଧ୍ୟ ହୋଇ ଏଭଳି ରାସ୍ତା କଡରେ ବିକ୍ରି କରିବାକୁ ପଡୁଛି ବୋଲି ସେମାନେ କହିଥିଲେ । ତେବେ ଏଭଳି ଭାବରେ ରାସ୍ତା କଡରେ ଛାତ୍ରଛାତ୍ରୀ ଛତୁ ବିକ୍ରି କରୁଥିବା ବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.