oom

ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଆକ୍ରାନ୍ତ : ୩୨ ବଲାଙ୍ଗିର ପୌରାଂଚଳରୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୨ ଜଣ ସାମିଲ୍‌ ଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଖଲିଆପାଲିରୁ ୧, ରାଧାରାଣୀପଡ଼ାରୁ ୪, ସୁଦପଡ଼ାରୁ ୪, ତାଲପାଲିପଡ଼ାରୁ ୧, ସିଭିଲ୍‌କୋର୍ଟ ପଛପଟୁ ୨, ଗୋଶାଲା ଛକରୁ ୧, କଲେଜ ଛକରୁ ୧, ବେହେରାପାଲିରୁ ୧, ରାଜେନ୍ଦ୍ରପଡ଼ାରୁ ୧, ଶାନ୍ତିପଡ଼ାରୁ ୧, ରିଜର୍ଭ ପୋଲିସରୁ ୧, କଳାମଣ୍ଡପ ପଡ଼ାରୁ ୫, ବରପାଲିପଡ଼ାରୁ ୨, ଚନ୍ଦ୍ରଶେଖରନଗରରୁ ୨, ଡିଆଇସି.ରୁ ୧, ତେଲିଗୋଠପଡ଼ାରୁ ୧, ଗେଟ୍‌ସରୋବରପଡ଼ାରୁ ୨ ଓ ପେଲେସ ଲାଇନ୍‌ରୁ ୧ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଲୋଇସିଂହା ବ୍ଲକ୍‌ ଜିଏସ୍‌ ଡୁଙ୍ଗୁରିପାଲିରୁ ୧, ଆଗଲପୁରରୁ ୨, ଆଗଲପୁର ବ୍ଲକ୍‌ ଇନ୍‌ସାରୁ ୧ ଓ ଭରସୁଜାରୁ ୧, ବଲାଙ୍ଗିର ବ୍ଲକ୍‌ ଫାସଡ଼ରୁ ୧ ଓ କୁଟୁମଡେ଼ାଲାରୁ ୧, ଗୁଡ଼ଭେଲା ବ୍ଲକ୍‌ ରାଜକେଲରୁ ୧ ଓ ତୁଷୁରାରୁ ୨, କଂଟାବାଂଜି ଏନ୍‌ଏସି.ରୁ ୪, ଲୋଇସିଂହା ବ୍ଲକ୍‌ ହୀରାପୁରରୁ ୧ ଓ ଝାରମୁଣ୍ଡାରୁ ୧, ଲୋଇସିଂହାରୁ ୯, ଲୋଇସିଂହା ବ୍ଲକ୍‌ ପାନେସରାରୁ ୧ ଓ ବୁର୍‌ଡ଼ାରୁ ୧ ଏବଂ କୁସଙ୍ଗରୁ ୧, ପାଟଣାଗଡ଼ ବ୍ଲକ୍‌ ସାନଝାଙ୍କରପାଲିରୁ ୧, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ୍‌ରୁ ୧ ଓ ପରାସରାରୁ ୨, ଟିଟିଲାଗଡ଼ରୁ ୯ ଏବଂ ସଇଁନ୍ତଲା ବ୍ଲକ୍‌ କେରମେଲିରୁ ୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ କୋଭିଡ଼୍‌ ଯୋଦ୍ଧା ଆଜି ଆକ୍ରାନ୍ତଙ୍କ ସହ ସାମିଲ୍‌ ଥିବା ବେଳେ ସୋନପୁର ଜିଲ୍ଲାର ତରଭାର ଜଣେ ଏହି ଲିଷ୍ଟରେ ସାମିଲ୍‌ ରହିଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୬୦୬ ଜଣ ଏକ୍‌ଟିଭ୍‌ ରହିଛନ୍ତି । କରୋନା ସଂକ୍ରମଣରେ ୪ ଜଣଙ୍କ ପ୍ରାଣହାନୀ ଘଟିଛି ।

jittmm
Leave A Reply

Your email address will not be published.