ଲଗାଣ ବର୍ଷାରେ ବେହାଲ ଆଗଲପୁର ଅଞ୍ଚଳ : ସମଗ୍ର ଚାଷ ଜମି ସହିତ ଘରଦ୍ଵାର ଜଳମଗ୍ନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ସମଗ୍ର ଅଞ୍ଚଳରେ ଦୁଇଦିନ ହେଲା ଭୀଷଣ ଭାବରେ ଲଗାଣ ବର୍ଷା ଜାରିରହିଛି । ଉତାଲି ଜୋରରେ ପାଣି ହଠାତ ବଡ଼ିଯିବାରୁ ରିନବଚନ ଗ୍ରାମର ଅନେକ ଚାଷୀଙ୍କ ଜମିରେ ଧାନଗଛଗୁଡିକ ପାଣିରେ ବୁଡିରହିଥିବାରୁ ଧାନ ନଷ୍ଟ ହେବା ଆଶଙ୍କା କରି ଚାଷୀମାନେ ମୁଣ୍ଡରେ ହାତଦେଇ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ସେହିପରି ଗ୍ରାମର ଅନେକ ଲୋକଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ଘର ଭିତରେ ମଧ୍ୟ ପାଣି ଆଣ୍ଠୁଏ ଆଣ୍ଠୁଏ ହୋଇଛି । ସମସ୍ତେ ପାଣି ନିଷ୍କାସନ କରିବାରେ ବ୍ୟସ୍ତ ରହିଛନ୍ତି । ଗ୍ରାମର ବିଶେଷ କରି ଦିବ୍ୟାଙ୍ଗ କନକ ପଧାନଙ୍କ ଅବସ୍ଥା କହିଲେ ନସରେ । ଘର ଭିତରେ ଯେତିକି ପାଣି ଘର ବାହାରେ ମଧ୍ୟ ସେତିକି ପାଣି ଜମି ରହିଛି । ଗ୍ରାମର ଆଉଜଣେ ହଜାରୁ ପଧାନଙ୍କ ଘରର କାନ୍ଥଭାଙ୍ଗି ଯାଇଛି । ସଚ୍ଚିଦାନନ୍ଦ ପଧାନଙ୍କ ଘରଭିତରେ ପାଣି ଲହଡି ମାରୁଛି । ସମଗ୍ର ଆସବାବପତ୍ର, ଧାନ ଚାଉଳ ଓଦାହୋଇ ନଷ୍ଟ ହୋଇଯାଇଛି । ଏପର୍ୟ୍ୟନ୍ତ ଆଗଲପୁର ତହସିଲଦାରଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

Leave A Reply

Your email address will not be published.