oom

ଆଜି ବଲାଙ୍ଗିର ଜିଲ୍ଲାରେ ୫୬ : ବଲାଙ୍ଗିର ପୌରାଂଚଳରୁ ୨୭

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ବଢ଼ି ଚାଲିଛି । ବଲାଙ୍ଗିର ଜିଲ୍ଲାରେ ଆଜି ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ବଲାଙ୍ଗିର ପୌରାଂଚଳର ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ତାଲିକାରେ ଜଣେ ମହିଳା କୋଭିଡ଼ ଯୋଦ୍ଧା ମଧ୍ୟ ସାମିଲ୍‌ ଅଛନ୍ତି । ବଲାଙ୍ଗିର ପୌରାଂଚଳର ତାଲପାଲିପଡ଼ାରୁ ୨, ଗାନ୍ଧୀନଗରପଡ଼ାରୁ ୧, ସୁଦପଡ଼ାରୁ ୪, ରାଧାରଣୀପଡ଼ାରୁ ୨, କଲେକ୍‌ଟୋରିଏଟ୍‌ ଅଫିସ୍‌ରୁ ୩, ଏନ୍‌ସିସି କଲୋନୀରୁ ୩, ସିଭିଲ୍‌କୋର୍ଟ ପଛପଟରୁ ୧, ରାଜୀବନଗରରୁ ୩, ଶାସ୍ତ୍ରୀନଗରରୁ ୧, ଶାନ୍ତିପଡ଼ାରୁ ୧, ରିଜର୍ଭ ପୋଲିସ୍‌ରୁ ୧, ତେଲିଗୋଠପଡ଼ାରୁ ୧, ପେଲେସ ଲାଇନ୍‌ରୁ ୩, ମାଲପଡ଼ାରୁ ୧ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ଗ୍ରାମାଂଚଳର ଆଗଲପୁର ବ୍ଲକ୍‌ ଡୁମେରପାଲିରୁ ୧, ବେଲପଡ଼ାରୁ ୩, ପାଟଣାଗଡ଼ ବ୍ଲକ୍‌ ବାନ୍ଧନଭାଡ଼ିରୁ ୬, ଗୁଡ଼ଭେଲା ବ୍ଲକ୍‌ ତୁଷୁରାରୁ ୧, ଲୋଇସିଂହା ବ୍ଲକ୍‌ ବାଦିମୁଣ୍ଡାରୁ ୩, ମୁରିବାହାଲ ବ୍ଲକ୍‌ ଡୁଡ଼ୁକାପଡ଼ାରୁ ୧ ଓ ଗଡ଼ଗଡ଼ବାହାଲରୁ ୩, ପୁଇଁନ୍ତଲା ବ୍ଲକ୍‌ ବଏଁରାସରରୁ ୧, କଂଟାବାଂଜିରୁ ୧, ଟିଟିଲାଗଡ଼ରୁ ୪, ଲୋଇସିଂହାରୁ ୧ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳର ଜଣେ ତାଲିକାରେ ସଂପୃକ୍ତ ଅଛନ୍ତି । ଆଜିଯାଏଁ ବଲାଙ୍ଗିର ଜିଲ୍ଲାରେ ୧୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୭ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କ କରୋନା କବଳରେ ମୃତ୍ୟୁ ହୋଇଛି । ୫୪୨ ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

jittmm
Leave A Reply

Your email address will not be published.