ଘରେ ଘରେ ଗଣେଶ ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆଜି ସଇଁନ୍ତଳା ଅଞ୍ଚଳରେ ଘରେ ଘରେ ଗଣେଶ ପୂଜା ପାଳନ କରାଯାଇଛି । ତେବେ ଅନ୍ୟ ବର୍ଷ ଯେପରି ଧୁମ୍ଧାମରେ ପାଳନ କରାଯାଇଥାଏ, ତାହା ଦେଖିବାକୁ ମିଳିଲା ନାହିଁ । ମଣ୍ଡପଗୁଡିକରେ ମଧ୍ୟ ଗଣେଶ ପୂଜା ପାଳନ କରାଯାଇ ନାହିଁ । ସରକାରଙ୍କ ନିଷ୍ପତ୍ତି ଏହି କି ଯେ ସମସ୍ତ ସ୍କୁଲ କଲେଜ ଓ ଅନୁଷ୍ଠାନ ଗୁଡ଼ିକରେ ଗଣେଶ ପୂଜା ପାଳନ ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଛାତ୍ରଛାତ୍ରୀମାନେ ନିଜ ନିଜ ବାସଭବନରେ ଗଣେଶ ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛି । ଏ ବର୍ଷ ସମସ୍ତ ଗଣେଶ ପୂଜାମଣ୍ଡପ ଗୁଡିକ ଖାଁ ଖାଁ ଲାଗୁଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସରକାରଙ୍କ ଆଇନକୁ ସୁଚାରୁ ରୂପେ ପାଳନ କରିଯାଉଛି । ତେବେ ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ତେଣୁ ସମସ୍ତଙ୍କ ମନରେ ଶ୍ରଦ୍ଧା ଓ ଆନନ୍ଦ ଦେଖିବାକୁ ମିଳିଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ପାଳନ କରାଯିବ । ସମସ୍ତଙ୍କ ଘରଦ୍ଵାର ଲିପାପୋଛା ହେବା ସହ ଯାହା ଯାହା କାର୍ୟ୍ୟ କରାଯିବା କଥା ତାହା କରାଯାଉଥିବା ଦେଖିବାକୁ ମିଳିଛି, କିନ୍ତୁ ସାମାଜିକ ଦୁରତା ରକ୍ଷା କରି ।

Leave A Reply

Your email address will not be published.