ବଲାଙ୍ଗିର ଜିଲ୍ଲାରେ ଆଜି ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ଶିବତଲା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ଜଣେ, ୧୫ରୁ ୬ ଜଣ ଓ ୧୦ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଖପ୍ରାଖୋଲ ବ୍ଳକ୍‌ ନନ୍ଦୁପଲା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟସମଲେଇ ଗ୍ରା.ପ.ରୁ ଜଣେ ଓ ତୁରେକେଲା ବ୍ଳକ୍‌ ମହୁଲପାଟି ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.