om academy

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ : ବଲାଙ୍ଗିର ପୌରାଂଚଳରେ ୯

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୯ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୫ ଜଣ, ୧୧ରୁ ଜଣେ, ୧୮ରୁ ଜଣେ ଓ ୧୯ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ବ୍ଲକ୍‌ ସଦେଇପାଲି ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଳକ୍‌ ବେଲପଡ଼ା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ୍‌ ସାହାଜପାଣି ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ୍‌ ତଲିଉଡ଼ାର ଗ୍ରା.ପ.ରୁ ୨ ଜଣ ଓ ରେଙ୍ଗାଲି ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ଜଣେ ଓ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୯ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ୧୨୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.