ଟିଟିଲାଗଡର କିଛି ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା ମହାମାରୀର କାୟା ବିସ୍ତାରକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଟିଟିଲାଗଡ ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ୧୧ ଅଗଷ୍ଟ ଦିନ ପରୀକ୍ଷା କରାଯାଇଥିବା ରିପୋର୍ଟ ଆଧାରରେ ୧୨ ଅଗଷ୍ଟ ସୂଚନା ଅନୁଯାୟୀ ଟିଟିଲାଗଡ ସହରରେ ୪ ଜଣ କୋରୋନା ଆଂକ୍ରାନ୍ତ ହେବା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ହିନ୍ଦୁସ୍ଥାନ ସୀଡସ୍ ପାଖରୁ ଷ୍ଟାଇଲିନ୍ କପଡା ଦୋକାନ ସାମ୍ନା ଓ ରେନବୋ ଟେଲର ଦୋକାନ ପର୍ୟ୍ୟନ୍ତ ଟିଟିଲାଗଡ ସହରର ଦୁଇଟି ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଛି । ଏହା ସହିତ ଟିଟିଲାଗଡ ପୌରପରିଷଦ ଓ ଅଗ୍ନିଶମ ବିଭାଗ ଦ୍ଵାରା କଣ୍ଟେନମେଣ୍ଟ ଜୋନକୁ ସାନିଟାଈଜ କରାଯାଇଛି। ଟିଟିଲାଗଡର ଏହି ଦୁଇଟି ମୁଖ୍ୟ ରାସ୍ତାକୁ ସିଲ୍ କରାଯିବ ଯୋଗୁଁ ଅନ୍ୟ ରାସ୍ତାଗୁଡ଼ିକରେ ଭିଡ଼ ବଢ଼ି ଯାଇଛି । ସହର ରେ ଟ୍ରାଫିକ ସମସ୍ୟା କିଛି ନୂଆ ନୁହେଁ । କିନ୍ତୁ ବର୍ତ୍ତମାନ ମୁଖ୍ୟ ରାସ୍ତା ଦୁଇଟି ବନ୍ଦ୍ ହେବା ଯୋଗୁଁ ଅନ୍ୟ ରାସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ଦ୍ରୁତ ଗତିରେ ବଢ଼ି ଯାଇଛି ।

ଏହା ସହ ଏହି ଅଞ୍ଚଳରେ ଥିବା ଦୋକାନ ବଜାର ବନ୍ଦ୍ ହୋଇ ରହିଛି । ଆଗକୁ ଅଳ୍ପ ଦିନ ଅଛି ନୂଆଁଖାଇ ପର୍ବ । ଏହି ସମୟରେ ସହରର ଆଖପାଖ ଅଞ୍ଚଳରୁ ଅନେକ ଲୋକ ଆସି ହଇରାଣରେ ପଡିଛନ୍ତି । ରାସ୍ତା ଅନେକ ସମୟରେ ଜନ ଗହଳି ଲାଗି ରହୁଛି । ପାର୍କିଂ ବ୍ୟବସ୍ଥା ନ ଥିବାରୁ ସବୁ ସମୟରେ ଟ୍ରାଫିକ ସମସ୍ୟା ଲାଗି ରହିଛି । କପଡା ଦୋକାନ ଓ ନିତ୍ୟବ୍ୟବହାର୍ୟ୍ୟ ଦୋକାନ ସବୁ କରୋନା କଟକଣା ମାନି ସକାଳ ୭ଟା ରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଦୋକାନ ଖୋଳା ରଖିଛନ୍ତି। କଣ୍ଟେନମେଣ୍ଟ ଜୋନକୁ ଯିବା ଆସିବା ପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.