ରାଜ୍ୟରେ ସବୁ ଦିନଠୁ ଅଧିକ ଆଜି : ୧୯୮୧ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଦେଶରେ ଆଜି ୬୬,୯୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରେ ସବୁଦିନଠୁ ଅଧିକ ୧୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୨୫ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ସରେ ୭୫୬ ସଂକ୍ରମିତ ହୋଇଛନ୍ତି । ତେବେ ଅନୁଗୁଳରୁ ୬, ବାଲେଶ୍ୱରରୁ ୫୯, ବରଗଡ଼ରୁ ୨୭, ଭଦ୍ରକରୁ ୬୫, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୨୨, କଟକରୁ ୧୩୧, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୩୯, ଗଜପତିରୁ ୮, ଗଂଜାମରୁ ୨୬୭, ଜଗତସିଂହପୁରରୁ ୪୨, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୭୯, କେନ୍ଦ୍ରାପଡ଼ାରୁ ୨୯, କେଉଁଝରରୁ ୨୩, ଖୋର୍ଦ୍ଧାରୁ ୨୭୪, କୋରାପୁଟରୁ ୯୭, ମାଲକାନଗିରିରୁ ୬୪, ମୟୁରଭଂଜରୁ ୩୭, ନବରଂଗପୁରରୁ ୧୮, ନୟାଗଡରୁ ୫୬, ନୂଆପଡ଼ାରୁ ୧୬ ପୁରୀରୁ ୭୭, ରାୟଗଡ଼ାରୁ ୫୫, ସମ୍ବଲପୁରରୁ ୩୮, ସୋନପୁରରୁ ୫୭ ଓ ସୁନ୍ଦରଗଡ଼ରୁ ୧୪୫ ଜଣଙ୍କ ପଜିଟିଭ୍ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ସମୁଦାୟ ୫୨,୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୬,୪୭୮ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.