om academy

ବୌଦ୍ଧ ଜିଲ୍ଲାରେ ୧୩ଟି କରୋନା ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

jsm

ବୌଦ୍ଧ, (ବଂଶୀଧର ମାଝୀ) : ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦ୍ରୁଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ଥିବା ୧୩ ଗୋଟି ଅଞ୍ଚଳକୁ ନୂତନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତର ଚାରିଛକ, ଧଲପୁର୍ ଗ୍ରାମ୍ ପଂଚାୟତ ବେତ୍ରାସାହି, ଆଡେଣିଗଡ ପଞ୍ଚାୟତର ଆଡେନିଗଡ଼, ପୁରୁଣା କଟକ ପଞ୍ଚାୟତର ପୁରୁଣାକଟକ, ହରଭଙ୍ଗା ଗ୍ରାମ ପଞ୍ଚାୟତର କୋଡାସିଙ୍ଗା ଓ ସମ୍ବଲପୁର, ଲୁଣିବାହାଲ ଗ୍ରାମ ପଞ୍ଚାୟତର ବଡବନ୍ଧ, ରାମଗଡ଼ ପଞ୍ଚାୟତର ରାମଗଡ଼, ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢୀ ଗ୍ରାମ ପଞ୍ଚାୟତର ଲୁଣ୍ଡାବେରଣୀ ଓ ମୁର୍ଶୁଣ୍ଡୀ ଏବଂ ବୌଦ୍ଧ ଏନଏସିର ଦୈନିକ୍ ବଜାର ୱାର୍ଡ ନମ୍ବର୍ ୩, ବାବୁସାହି, ଖଲିଆବଗିଚାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଉପରୋକ୍ତ ଗ୍ରାମ ଗୁଡିକର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ କରାନଯାଇ ସେହି ଗ୍ରାମର ଯେଉଁ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେହି ପାଖାପାଖି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.