ପ୍ରିୟଙ୍କା କୁମ୍ଭାର +୨ ବିଜ୍ଞାନରେ କଲେଜ ଟପ୍ପର

ସଇଁତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗ୍ରାମର ସାମ୍ବାଦିକ ସୁବନ୍ତ କୁମ୍ଭାର ଓ ମାଆ କୁନ୍ତଳା ନନ୍ଦଙ୍କ ଝିଅ ପ୍ରିୟଙ୍କା କୁମ୍ଭାର ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନ କଲେଜରେ ପାଠ ପଢ଼ୁଥିବା ବେଳେ +୨ ବିଜ୍ଞାନରେ କଲେଜରେ ଟପ୍ପର ହୋଇଛନ୍ତି । ମୋଟ ୬ଶହରୁ ସର୍ବାଧିକ ୫୦୯ ନମ୍ବର ରଖି ଉକ୍ତ କଲେଜରେ ଟପ୍ପର ହୋଇଛନ୍ତି ପ୍ରିୟଙ୍କା ।ତେବେ ଦିନ ରାତି ପରିଶ୍ରମ ଓ ମା’ବାପାଙ୍କ ଆଶୀର୍ବାଦ ଯୋଗୁଁ ମୁଁ ୮୫% ମାର୍କ ରଖିଛି ବୋଲି ସେ କହିଛନ୍ତି । ତେବେ ପ୍ରଥମ ଥର ପାଇଁ ଘୁନସର ଗ୍ରାମରେ ଜଣେ ଝିଅ ବିଜ୍ଞାନ ଟପ୍ପର ହୋଇଥିବା ବେଳେ ସଇଁନ୍ତଳା ବ୍ଳକ ପାଇଁ ଗର୍ଵ ଓ ଗୈ।ରବର ବିଷୟ ବୋଲି ସଇଁତଲା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ଶୁବେଚ୍ଛା ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.